Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା : ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ, ଅଯୋଗ୍ୟ ହେଉଛନ୍ତି ଯୋଗ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା : ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ, ଅଯୋଗ୍ୟ ହେଉଛନ୍ତି ଯୋଗ୍ୟ

210

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ସରକାର ଯୋଜନା ଏବେ ନେତାଙ୍କ ଇସାରାରେ ଚାଲିଛି । ସବୁ ସରକାରୀ ନୀତି ନିୟମକୁ ଚଳୁ କରି କେଉଁଠି ଯୋଗ୍ୟଙ୍କୁ ଅଯୋଗ୍ୟ ତ ଆଉ କେଉଁଠି ଅଯୋଗ୍ୟଙ୍କୁ ଯୋଗ୍ୟ କହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କେତେକଙ୍କ ଠାରୁ ଯୋଜନା କରାଇ ଦେବା ଆଳରେ ହିତାଧିକାରୀଙ୍କ ଠାରୁ ଆଗୁଆ ନେଇଯାଉଛନ୍ତି ୧୦ ରୁ ୧୫ ହଜାର ଟଙ୍କା । ଏହି ତଥାକଥିତ ନେତା ମାନେ ଅଭିଯୋଗ କରୁଛନ୍ତି ପୁଣି ପକେଟ ଗରମ ହେବା ପରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ବିଲ୍ ପାସ୍ କରାଇବା ପାଇଁ ମଧ୍ୟ ସୁପାରିଶ୍ କରୁଛନ୍ତି । ଏପରି ଅନେକ ଅନିୟମିତତା ଦେଖିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଟନ କରାଯାଇଥିବା ଗୃହ ଓ ବିଲ୍‌କୁ ନେଇ । ବିଶେଷକରି ତିହିଡି ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତ୍ୟେକ ପଂଚାୟତରେ ଏପରି ଅନିୟମିତତା ଦେଖିବାକୁ ମିଳୁଛି । କେଉଁଠି ଅଯୋଗ୍ୟ ବ୍ରକ୍ତି ଘର ହାତେଇ ନେଲାଣି ତ ଆଉ କେଉଁଠି ଘର ନକରି ପୁରୁଣା ଘର ରଙ୍ଗ କରି ସଂପୂର୍ଣ୍ଣ ବିଲ୍ ଉଠାଗଲାଣି । ଜଣେ ଜଣେ ବ୍ୟକ୍ତି ୨ ରୁ ୩ଟି ଘର ପାଇ ସାରିଥିବାବେଳେ କେତେକ ପୂର୍ବରୁ ଘର ପାଇଥିବା ସତ୍ୱେ ପୁଣି ସେମାନଙ୍କୁ ଘର ପ୍ରଦାନ କରାଯାଇ ପ୍ରଥମ କିସ୍ତି ଟଙ୍କା ଓ ନରେଗା ମଜୁରୀ ମଧ୍ୟ ପ୍ରଦାନ କରାଯାଇଛି । ଏପରି କିଛି ହିତାଧିକାରୀଙ୍କ ନାଁରେ ରାଜନୈତିକ ଆକ୍ରୋଶମୂଳକ ଅଭିଯୋଗ ମଧ୍ୟ କରାଯାଇଛି । ଏହି ଅଭିଯୋଗ ଦୀର୍ଘସ୍ଥାୟୀ ହେଉନି । ଅଭିଯୋଗ କରିଥିବା ନେତା ପକେଟ୍ ଗରମ କରିବା ପରେ ତା ବିଲ୍ ପାସ୍ ପାଇଁ ସୁପାରିଶ୍ କରୁଛନ୍ତି । ଯେଉଁ ଲୋକ ଅଯୋଗ୍ୟ ବୋଲି ଦର୍ଶାଇଥିଲେ ସେମାନେ କିପରି ଯୋଗ୍ୟ ହୋଇଗଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଯଦି ସେହି ନ୍ୟାୟରେ ପୂର୍ବରୁ ଘର ପାଇଥିବା ଅନେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକଙ୍କ ବିଲ୍ ପାସ୍ କରାଯାଇଥିବା ବେଳେ ଆଉ କେତେକଙ୍କ ବିଲ୍‌କୁ ଅଭିଯୋଗ ନାଁରେ ଅଟକ ରଖାଯାଇଛି । ମହରମପୁର ପଂଚାୟତରେ ଏପରି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନେ ପୂର୍ବରୁ ଘର ପାଇ ଏବେ ଗୋଟିଏ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି । ସେମାନଙ୍କୁ ପ୍ରଥମ କିସ୍ତି ସହ ନରେଗା ମଜୁରୀ ମଧ୍ୟ ପ୍ରଦାନ କରାଯାଇଛି । ହେଲେ ଅଭିଯୋଗ କାରଣରୁ ଏମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ବିଲ୍ ପ୍ରଦାନ କରାଯାଉନଥିବା ବେଳେ ନିକଟରେ ଜଣଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବାକୁ ନେଇ ଅସନ୍ତୋଷ ତେଜୁଛି । ମହରମପୁର ପଂଚାୟତରେ ରାଜନୈତିକ ବାଦ ବିବାଦ କାରଣରୁ ଏବେ ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ଓ ଅଯୋଗ୍ୟ ମାନେ ବି ଯୋଗ୍ୟ ହୋଇ ଯାଉଛନ୍ତି । ଯଦି ଅନ୍ୟମାନଙ୍କ ଦ୍ୱିତୀୟ କିସ୍ତି ବିଲ୍ ପ୍ରଦାନ କରାନଯାଏ, ତାହାହେଲେ ସମୂହ ଗଣଧାରଣା ଦେବେ ବୋଲି ସଜବାଜ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.