Home ଉପ ନିର୍ବାଚନ ପ୍ରଥମ ଦିନରେ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ହୋଇନି

ପ୍ରଥମ ଦିନରେ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ହୋଇନି

40

ବାଲେଶ୍ୱର, ୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ):ସଦର ଉପ-ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସରକାରୀ ଛୁଟି ଦିବସ ବ୍ୟତୀତ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୮ ଓ ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ନଭେମ୍ବର ୩ ତାରିଖ ଭୋଟଗ୍ରହଣ ଓ ୧୦ ତାରିଖ ଭୋଟ ଗଣତି ପାଇଁ ଉପ-ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ଆଜି ପ୍ରଥମ ଦିନରେ କୌଣସି ରାଜନୈତିକ ଦଳରୁ କିମ୍ବା ସ୍ୱାଧୀନ ଭାବେ କେହି ପ୍ରାର୍ଥୀ ନାମାଙ୍କନ ପ୍ରତ୍ର ଦାଖଲ କରିନଥିବା ଜଣାପଡ଼ିଥିଲା। ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ମାତ୍ର ଦୁଇଜଣଙ୍କୁ ନେଇ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବ। ପ୍ରାର୍ଥୀପତ୍ର ଦାଖଲ ବେଳେ ସମର୍ଥକ ଓ କର୍ମୀଙ୍କ ଭିଡ଼ ଯେମିତି ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ନହୁଏ, ସେଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି। ଏନେଇ ମୁଖ୍ୟ ରାସ୍ତାଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଟ୍ କରାଯିବା ସହିତ ପୁଲିସ ଓ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ତେବେ ଆସନ୍ତା ୧୬ ତାରିଖ ସୁଦ୍ଧା ମୋଟ କେତେଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ତାହା ସ୍ପଷ୍ଟ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.