Home ଓଡ଼ିଶା ପ୍ରଥମ କ୍ୟାବିନେଟରେ ଉଭୟ ଜବାନ ଏବଂ କିଷାନଙ୍କୁ ଗୁରୁତ୍ୱ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ପ୍ରଥମ କ୍ୟାବିନେଟରେ ଉଭୟ ଜବାନ ଏବଂ କିଷାନଙ୍କୁ ଗୁରୁତ୍ୱ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ: ବିଜେପି

1800

ଏବଂ କିଷାନଙ୍କୁ ଗୁରୁତ୍ୱ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ: ବିଜେପି

– ସବୁ ଚାଷୀଙ୍କ ପାଇଁ ପିଏମ୍ କିଷାନ ଯୋଜନା ଓ ‘ପ୍ରଧାନମନ୍ତ୍ରୀ କିଷାନ ପେନ୍ସନ୍ ଯୋଜନା’ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଲା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା
– ଦେଶର ସମସ୍ତ ଖୁଚୁରା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ପେନ୍ସନ୍ ଯୋଜନା
– ପ୍ରଥମଥର ଲାଗି ରାଜ୍ୟ ପୋଲିସ ଶହୀଦ ହୋଇଥିବା ପରିବାରର ପିଲାମାନଙ୍କୁ ଛାତ୍ରବୃତି ପ୍ରଦାନ କରାଯିବାର ନିଷ୍ପତି
– ପ୍ରଥମଥର ଲାଗି ରାଜ୍ୟ ପୋଲିସ ଶହୀଦ ହୋଇଥିବା ପରିବାରର ପିଲାମାନଙ୍କୁ ଛାତ୍ରବୃତି ପ୍ରଦାନ
– ପ୍ରାଣୀ ସୁରକ୍ଷା ପାଇଁ ପୂର୍ବରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସହଭାଗିତାରେ ଥିଲା ତାହା ଏବେ କେବଳ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ
ଭୁବନେଶ୍ୱର, ତା୦୧/୦୬ (ଓଡ଼ିଆ ପୁଅ) : ଦ୍ୱିତୀୟ ଥର ପାଇଁ ଦେଶର ଶ୍ରୀ ନରେନ୍ଦ୍ର ମୋଦି ସରକାର ହେବା ପରେ ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ୨୦୨୦ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କାର୍ଯକ୍ରମ କରାଯାଇଛି। ଦେଶର ସବୁ ଚାଷୀଙ୍କ ପାଇଁ ପିଏମ୍ କିଷାନ ଯୋଜନାକୁ ଲାଗୁ କରିବା ସହ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏଥିରେ ଯୋଡାଯାଇଛି। ଚାଷୀକୂଳ ପ୍ରତି ଦେଇଥିବା ପ୍ରତିଶୃତିକୁ ପ୍ରତିବଧିତା କରି ଦେଶର ସମସ୍ତ ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ ପେନ୍ସନ୍ ଯୋଜନା’ ଏକ ଐତିହାସିକ ନିଷ୍ପତି ନେଇଥିବାରୁ ଓଡିଶାର ସମସ୍ତ ସାଂସଦ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଗତକାଲି କ୍ୟାବିନେଟ୍ ନିଷ୍ପତିରେ ପିଏମ୍ କିଷାନ ଯୋଜନା ଲାଗୁ ହୋଇଥିବାରୁ ଦେଶର ସାଢେ ୧୪ କୋଟି ଚାଷୀ ଏଥିରୁ ଲାଭବାନ୍ ହେବେ। ଏଥିପାଇଁ କେନ୍ଦ୍ର ସରକାର ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ବଜେଟ୍ ୮୭୨୧୭.୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଚାଷୀଙ୍କୁ ତିନିଟି କିସ୍ତି ମାଧ୍ୟମରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି। ପୂର୍ବରୁ ଏହି ଯୋଜନାରେ ୩.୧୧ କୋଟି ଚାଷୀଙ୍କ ଆକଂଉଟକୁ ପ୍ରଥମ କିସ୍ତି ଯାଇଥିବା ବେଳେ ଦ୍ୱିତୀୟରେ କିସ୍ତିରେ ୨.୭୫ କୋଟି ଚାଷୀଙ୍କ ଆକଂଉଟକୁ ଟଙ୍କା ପଠାଯାଇଛି। ‘ପ୍ରଧାନମନ୍ତ୍ରୀ କିଷାନ ପେନ୍ସନ୍ ଯୋଜନା’ କୁ ଘୋଷଣା କରାଯାଇଛି। ଏହି ଯୋଜନାରେ ୧୮ ରୁ ୪୦ ବର୍ଷ ବୟସର କୃଷକ ମାନେ ସାମିଲ ହୋଇପାରିବେ। ସେମାନଙ୍କୁ ୬୦ ବର୍ଷ ପରେ ମାସିକ ୩୦୦୦ଟଙ୍କା ମିଳିବ। ପ୍ରଥମ ପାର୍ଯ୍ୟାୟରେ ଏହି ପେନ୍ସନ୍ ଯୋଜନାରେ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରାଯିବ। ପେନ୍ସନ୍ ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପତିଙ୍କୁ ପେନ୍ସନ୍ ରାଶିର ୫୦ ପ୍ରତିଶତ ଟଙ୍କା ପେନ୍ସନ୍ ଆକାରରେ ବି ମିଳିବ। ଓଡିଶା ବି ଏହାର ଲାଭ ପାଇବ ବୋଲି କହିଛନ୍ତି ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ମୋଦି ସରକାର ଦେଶର ସମସ୍ତ ଖୁଚୁରା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ପେନ୍ସନ୍ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ମିଳିବ। ଯାହାର ବାର୍ଷିକ ବ୍ୟବସାୟିକ କାରବାର ଦେଢ କୋଟିରୁ କମ୍ ଥିବ ସେମାନେ ଏହି ଯୋଜନାରେ ଲାଭ ପାଇବେ। ଫଳରେ ଦେଶର ୩ କୋଟିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ଏଥିରୁ ସିଧାସଳଖ ଭାବେ ଲାଭବାନ୍ ହେବେ। ପୂର୍ବରୁ କେନ୍ଦ୍ର ସରକାର ଅଣ ସଂଗଠିତ କ୍ଷେତ୍ରରେ କାର୍ଯରତ ଶ୍ରମିକ ପାଇଁ ମାସିକ ୩ ହଜାର ଟଙ୍କା ପେନ୍ସନ୍ ବ୍ୟବସ୍ଥା କରିଥିଲେ।

ପୂର୍ବରୁ କେନ୍ଦ୍ର ସରକାର ଶହୀଦ ହୋଇଥିବା ସେନା, କେନ୍ଦ୍ରୀୟ ସୁରକ୍ଷା ବଳ, ଏବଂ ରେଳବାଇ ସୁରକ୍ଷା ବଳଙ୍କ ପିଲାମାନଙ୍କୁ ଛାତ୍ରବୃତି ମିଳୁଥିବା ବେଳେ ପ୍ରଥମଥର ଲାଗି ରାଜ୍ୟ ପୋଲିସ ଶହୀଦ ହୋଇଥିବା ପରିବାରର ପିଲାମାନଙ୍କୁ ଛାତ୍ରବୃତି ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି। ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ ଦିଆଯାଉଥିବା ଛାତ୍ରବୃତି ଅର୍ଥକୁ ବଢାଯାଇ ବାଳକମାନେ ପ୍ରତି ମାସରେ ୨୫୦୦ ଟଙ୍କା ପାଇବେ ଏବଂ ବାଳିକାମାନେ ମାସକୁ ୩୦୦୦ଟଙ୍କା ପାଇବେ। ସେହିପରି ପଶୁପାଳକ ମାନଙ୍କୁ ପ୍ରୋତ୍ସାହନ ଦେବା ସହ ସଂକ୍ରାମକ ରୋଗାକ୍ରାନ୍ତ ପ୍ରାଣୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଆଗାମୀ ପାଂଚ ପର୍ଷ ଲାଗି ୧୩୩୪୩ କୋଟି ବଜେଟ୍ ବ୍ୟୟ କରାଯାଇଛି। ପ୍ରାଣୀ ସୁରକ୍ଷା ପାଇଁ ପୂର୍ବରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସହଭାଗିତାରେ ଥିଲା ତାହା ଏବେ କେବଳ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଓଡିଶାର ଗୋଚାଷିମାନେ ଏହାର ଲାଭ ପାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.