Home କବିତା ପ୍ରତିଭାରାଣୀଙ୍କ କୈବଲ୍ୟନିଧି କବିତା ପୁସ୍ତକ ପ୍ରକାଶିତ

ପ୍ରତିଭାରାଣୀଙ୍କ କୈବଲ୍ୟନିଧି କବିତା ପୁସ୍ତକ ପ୍ରକାଶିତ

329

ଜଗତସିଂହପର, ୨୧/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): ରଘୁନାଥପୁର ବ୍ଲକର ପୁରୁଣାବସନ୍ତ ଗ୍ରାମପଂଚାୟତ ଅନ୍ତର୍ଗତ ଧଳତଙ୍ଗଗଡ ଜଙ୍ଗଲରେ ନାରିକବି ପ୍ରତିଭାରାଣୀ ରାୟଙ୍କ ଘର। ପ୍ରାକୃତିକ ପରିବେଶରେ ଜୀବନ କଟୁଛି ତାଙ୍କର। ଘରର ଅନତି ଦୂରରେ ଧ୍ରୁବଙ୍କ ତପସ୍ୟା ସ୍ଥଳି ଏବଂ କଞ୍ଜବିହାରି ମହାପ୍ରଭୁଙ୍କ ମନ୍ଦିର ରହିଛି। ଦିନବେଳା ଚଢେଇଙ୍କର କିଚିରି ମିଚିରି ଶବ୍ଦ, ମନ୍ଦିରର ଘଂଟ ଘଂଟା ଧ୍ୱନି ଆଉ ରାତି ସମୟରେ ବାରାହା, କୁଟୁରା, ସମ୍ବର ଆଦି ବନ୍ୟଜୀବଙ୍କର କୁହାଟ ସେ ଶୁଣିବାକୁ ପାଇଥାନ୍ତି। ଲେଖାଲେଖି କରିବା ପାଇଁ ଏହି ପ୍ରାକୃତିକ ପରିବେଶରୁ ସେ ପ୍ରେରଣ ପାଇଥାନ୍ତି ବୋଲି ପ୍ରକାଶ କରିଛନ୍ତି। ରାୟବଂଶର ମାତ୍ର ୪ଗୋଟି ପରିବାର କାହିଁ କେତେ କାଳରୁ ଏଠାରେ ରହିଆସୁଛନ୍ତି। ଗ୍ରାମ ଓ ସହରରେ କୋଳାହଳ ଠାରୁ ଯଦିଓ ସେ ଦୂରେଇ ରହୁଛନ୍ତି ତଥାପି ମେଳା ମହୋତ୍ସବ ଓ ସାହିତ୍ୟ ସଭାକୁ ସେ ଖୋଜାପଡନ୍ତି। କେଉଁଠି ସ୍ୱରଚିତ କବିତା ପଢି ବିଦଗ୍ଧ ଶ୍ରୋତାଙ୍କୁ ଶୁଣାଇଥାନ୍ତି ତ ଆଉ କେଉଁଠି ସେ କବିଙ୍କର କବିତା ସଂଯୋଜନା କରୁଥିବାର ଦେଖାଯାଇଥାନ୍ତି। ବୟସର ଅପରାହ୍ନରେ ଉପନିତ ଏହି ନାରୀ କବି ଏବେ ବି ଚଳଚଂଚଳ। ଆଉ ଲେଖିଚାଲିଛନ୍ତି ରାଶି ରାଶି ଭକ୍ତି ସଂଗୀତ।

୧୯୯୭ ମସିହା ରାସ ପୁର୍ଣ୍ଣିମାରେ ପ୍ରଥମବହି ଭକ୍ତି ଅଞ୍ଜଳି ତାଙ୍କର ପ୍ରକାଶ ପାଇଥିଲା। ପରବର୍ତି ସମୟରେ ୨୦୧୧ମସିହା ଜୁନ୍ ମାସରେ ‘ନୈବେଦ୍ୟ’ ଓ ୨୦୧୯ ସେପ୍ଟେମ୍ବର ମାସରେ ତାଙ୍କର ତୃତୀୟ ବହି ‘କୈବଲ୍ୟ ନିଧି’ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି। ଦ୍ୱିତୀୟ ଓ ତୃତୀୟ କବିତା ପୁସ୍ତକକୁ ଜଗତସିଂହପୁର ସାହିତ୍ୟ ପରିଷଦ ପ୍ରକାଶ କରିଛି। କୈବଲ୍ୟନିଧି କବିତା ସଂକଳନରେ ମା ଶାରଳା, ଜଗତଜନନୀ, ଧଳତଙ୍ଗଗଡ, ଭାଗବତ, ଆମ ଜଗନ୍ନାଥ, ବିଶ୍ୱକବି, ମହାପୁଣ୍ଣ୍ୟ, ଅରଟ, ବେଟି ପଢାଅ, ବେଟି ବଂଚାଅ, ଆମ ସ୍ୱରବର୍ଣ୍ଣ, ଅମ୍ବାପଲି ଓ କୈବଲ୍ୟନିଧିକୁ ନେଇ ମୋଟ ୭୨ଗୋଟି କବିତା ଏଥିରେ ସନ୍ନିବେଶିତ। ପ୍ରତ୍ୟେକଟି କବିତା ମର୍ମସ୍ପର୍ଶି, ଭାବଗର୍ଭକ ଓ ଶିକ୍ଷଣୀୟ ବୋଲି ଜିଲ୍ଲା ପୁସ୍ତକମେଳାକୁ ଆସୁଥିବା ପାଠକମାନଙ୍କ ଠାରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.