Home ଜିଲ୍ଲା ପରିକ୍ରମା ପ୍ରଜ୍ଞାପୀଠରେ ୧୨୮ତମ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ପ୍ରଜ୍ଞାପୀଠରେ ୧୨୮ତମ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

16

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା କବିଙ୍କର ସ୍ୱରଚିତ କବିତା ଗାଅ ସ୍ୱାଧିନ ଭାରତ ସ୍ୱାଧିନ ଭାରତ ସ୍ୱାଧିନ ସ୍ୱାଧିନ ସ୍ୱାଧିନରେ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସାହିତ୍ୟ ସଂସ୍କୃତି ସଙ୍ଗଠନ ଆମେ ଓ ଜିଲ୍ଲା ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୁଲ୍ୟରେ ଉକ୍ତ ଜୟନ୍ତୀ ସମାରୋହରେ ପୌରହିତ୍ୟ କରିଥିଲେ ପ୍ର.ଡ. ରାମଚନ୍ଦ୍ର ପଣ୍ଡା। ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. କ୍ଷୀରୋଦ କୁମାର ସାମଲ, ସମ୍ମାନିତ ବକ୍ତା ଭାବେ ରମେଶ ଚନ୍ଦ୍ର ରାୟ ଯୋଗ ଦେଇ ଜାତୀୟ କବିଙ୍କର ଦେଶ ପ୍ରୀତି ଓ ଜାତି ପ୍ରୀତି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଭଦ୍ରକ ସହରର ଯୁବ କବି ମାନଙ୍କ ଦ୍ୱାରା ଜାତୀୟ କବି ବାଞ୍ଛାନିଧିଙ୍କ ଉଦ୍ଦେଶ୍ୟରେ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସାହିତ୍ୟ ସଂସ୍କୃତି ସଙ୍ଗଠନ “ଆମେ” ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ଭଦ୍ରକ ଜିଲ୍ଲା ସମ୍ବାଦସାହିତ୍ୟ ଘରର ସମସ୍ତ କର୍ମକର୍ତା ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ। ନାଟ୍ୟ ଗୌରବ ପ୍ରଫେସର ଅଟଳ ବିହାରୀ ନାୟକଙ୍କ ଆବାହକତ୍ୱରେ ମଂଚ ପରିଚାଳନା କରିଥିଲେ “ଆମେ”ର ସମ୍ପାଦକ ଶିକ୍ଷକ ନେତା ପ୍ରଭାକର ପରିଡ଼ା , ସହ ସମ୍ପାଦକ ଅମୀତ କୁମାର ନାୟକ ଓ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଅଧ୍ୟକ୍ଷ ନିହାର ରଞ୍ଜନ କର। ଉକ୍ତ ଜୟନ୍ତୀ ସମାରୋହକୁ ଓଡ଼ିଶାର ପ୍ରଖ୍ୟାତ ଶିଶୁ ସାହିତ୍ୟିକ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଜାତୀୟ କବିଙ୍କର ଭାତୃସ୍ପୁତ୍ର ପ୍ରଫେସର ଡକ୍ଟର ମନିନ୍ଦ୍ର ମହାନ୍ତି ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ. ରମାକାନ୍ତ ନାୟକ, ଇଂ ରବିନ୍ଦ୍ର କୁମାର ଜେନା, ପ୍ରାଧ୍ୟାପିକା ଭାନୁମତି ମାଟିଆ, କୃପାସିନ୍ଧୁ ନାୟକ, ଜଗନ୍ନାଥ ରାଉତ, ରଞ୍ଜିବ କୁମାର ରାଉତ, ସମ୍ବିତ ମିଶ୍ର, କବି ବିପ୍ଳବ ହୋତା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ୟକ୍ଷ ନିହାର ରଞ୍ଜନ କର, ଇଂ ଶଶାଙ୍କ ପଣ୍ଡା, ଗଙ୍ଗାଧର ମଲ୍ଲିକ, ଅଧିବକ୍ତା ଅଗଣୀ ଚରଣ ଜେନା, ଯୁବ ଗୀତିକାର ଆରୁପନନ୍ଦ ନାୟକ, ପ୍ରାଧ୍ୟାପକ ରାଜକିଶୋର ରାୟ, ସହସଂପାଦକ ଅଧ୍ୟାପକ ଅମିତ୍ କୁମାର ନାୟକ, ମଦନ ମୋହନ ମହାକୁଡ, ମେଡ଼ିଆ ସେଲ୍ ସଭାପତି ତପନ କୁମାର ସ୍ୱାଇଁ, ସଭ୍ୟ ଶିବାନନ୍ଦ ଦାସ, ଓମ୍‌ପ୍ରକାଶ ମିଶ୍ର, ସମ୍ବାଦ ଜିଲ୍ଲା ମୁଖ୍ୟ ମଳୟ ପରିଡ଼ା ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ଅନୁଷ୍ଠାନର ଯୁବ କବି ଋତୁ ରାଜ ଅକ୍ଷୟ କୁମାର ଓ ସଭା ସାଙ୍ଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.