Home ଜିଲ୍ଲା ପରିକ୍ରମା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

9

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ମଠସାହି ଭଦ୍ରକ ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ବିକଶିତ ଭାରତ ପାଇଁ ସମାଧାନ ଭିତ୍ତିକ ସାମ୍ବାଦିକତା ଶୀର୍ଷକ ଉପରେ ଆଲୋଚନା ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଭଦ୍ରକ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ରୂପେ ମାଉଣ୍ଟ ଆବୁ ରାଜସ୍ଥାନର ଜାତୀୟ ସଂଯୋଜକ ରାଜଯୋଗୀ ବ୍ରହ୍ମକୁମାର ଶୁଶାନ୍ତ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମିଡ଼ିଆ ସଂଯୋଜକ ବ୍ରହ୍ମକୁମାର ନଥମଲ, କଟକ, ପ୍ରେରଣା ଦାୟୀ ବକ୍ତା ରୂପେ ଫରିଦାବାଦରୁ ବ୍ରହ୍ମାକୁମାରୀ ପୁନମ, ସମ୍ମାନିତ ଅତିଥି ରୂପେ ଉତ୍କଳ ସାମ୍ବାଦିକ ସଂଘ, ଭଦ୍ରକର ସଭାପତି ରବିନାରାୟଣ ଖିଲାର ଏବଂ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଦ୍ରକର ସଂଞ୍ଚାଳିକା ଭଉଣୀ ବ୍ରହ୍ମାକୁମାରୀ ମଞ୍ଜୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଦିବଗତ ଆତ୍ମା ଧରିତ୍ରୀ ସାମ୍ବାଦିକ ବିଭୁ ପ୍ରସାଦ ବେହେରାଙ୍କ ପାଇଁ ୨ମିନିଟ ପରମାତ୍ମାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ସ୍ୱଚ୍ଛ ପରିବେଶ ଦ୍ୱାରା ଭାରତର ବିକାଶ ସମ୍ବଭ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ପ୍ରତିଭା ସ୍ୱାଗତ ଭାଷଣ ପରିବେଶଣ କରିଥିବା ବେଳେ, ବ୍ରହ୍ମାକୁମାରୀ ଜ୍ୟୋର୍ତିମୟ ନୃତ୍ୟ ପରିବେଶଣ କରିଥିଲେ। ବ୍ରହ୍ମକୁମାରୀ ସାରଥୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ବ୍ରହ୍ମାକୁମାରୀ ମଧୁସ୍ମିତା ସଭା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.