Home ଜିଲ୍ଲା ପରିକ୍ରମା ପ୍ରଚାର ସମିତିର ସ୍ୱନକ୍ଷତ୍ର ଉତ୍ସବ ତିହିଡି ବ୍ଲକରେ ପାଳିତ

ପ୍ରଚାର ସମିତିର ସ୍ୱନକ୍ଷତ୍ର ଉତ୍ସବ ତିହିଡି ବ୍ଲକରେ ପାଳିତ

41

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ବୈଠକ ସ୍ଥାନୀୟ ଶ୍ରୀ ବାଳଗୋପାଳ ମନ୍ଦିର ପ୍ରାଙ୍ଗଣରେ ସମିତିର ମୁଖ୍ୟ ପରିଚାଳକ ପ: ଭାଗୀରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଚାର ସମିତିର ସ୍ୱନକ୍ଷତ୍ର ଉତ୍ସବ ତିହିଡି ବ୍ଲକସ୍ଥ ଖେରଙ୍ଗ ଖଡିଜାଆଁଳ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆପାତତ୍ ପାଳିତ ହେବାକୁ ସ୍ଥିର କରାଯାଇଛି। ଯେହେତୁ ଆମ ପଞ୍ଜିକୃତ ବିଧିବିଧାନରେ ଏହା ଶ୍ରୀ ଜଗନ୍ନାଥଙ୍କ ତଥ୍ୟ, ତତ୍ତ୍ୱ, ଦର୍ଶନ ଓ ସାମାଜିକ ଚେତନା ଭ୍ରାମ୍ୟମାଣ ଆଧ୍ୟାତ୍ମିକ ସଂଗଠନ ଭାବରେ ଲିପିବଦ୍ଧ ହୋଇଛି। ଏହା ୧୯୯୯-୨୦୦୦ ଜାନୁଆରୀ ପହିଲାରେ ଭଦ୍ରକ ବ୍ଲକସ୍ଥ ଶ୍ରୀ ହରିବୋଲ କ୍ଷେତ୍ର କେଶପୁର ଗ୍ରାମଠାରେ ଜନ୍ମ ଲାଭ କରିଥିଲା। ଏଥିରେ ଶ୍ରୀ ଜଗନ୍ନାଥଙ୍କ ଷୋଡଶ ଉପଚାର ପୂଜା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସହିତ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଦା ବିଗ୍ରହଙ୍କ ଉଦ୍ଦେଶ୍ୟରେ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଆସୁଛି। ପ୍ରଚଳିତ ପରମ୍ପରାନୁଯାୟୀ ଏହି ପୂଜା ସମେତ ନେତ ଉଡାଣ ଉତ୍ସବ ଓ ଆଧ୍ୟାତ୍ମିକ ସାଧାରଣ ସଭା ଅନୁଷ୍ଠିତ ହୋଇଥାଏ। ଏହି ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବାର୍ଷିକ ଅଧିବେଶନ ଆସନ୍ତା ପଣାସଂକ୍ରାନ୍ତି ଏପ୍ରିଲ ମାସ ୧୪ତାରିଖରେ ହେବାକୁ ସ୍ଥିର କରାଯାଇଛି। ସମିତିର ବାର୍ଷିକ ମୁଖପତ୍ର ‘ନୀଳକନ୍ଦର’ ପତ୍ରିକା ମଧ୍ୟ ଏହି ଅବସରରେ ଲୋକର୍ପଣ କରାଯିବାକୁ ସ୍ଥିର କରାଯାଇଛି। ଯେହେତୁ ଏହା ଭାରତୀୟ ସଂସ୍କୃତିର ବର୍ଷ ଆରମ୍ଭ ବୋଲି ଗ୍ରହଣ କରାଯାଉଛି। ଏହି ଜନ୍ମ ନକ୍ଷତ୍ର ଦିବସକୁ “ବିଶ୍ୱ ଭାତୃତ୍ୱ ଦିବସ” ଭାବରେ ପାଳନ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି। ଏହି ବୈଠକରେ ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ଆବାହକ ନାରାୟଣ ଚନ୍ଦ୍ର ପ୍ରଧାନ, ସନେଇ ଶିଅଳ, ପ୍ରଶାନ୍ତ କୁମାଦେ, ଡ. ପ୍ରତାପ ଚନ୍ଦ୍ର ପଣ୍ଡା, କାହ୍ନୁ ଚରଣ ଦାସ, ଲକ୍ଷ୍ମୀଧର ଖଟୁଆ, କମଳା କାନ୍ତ ମଲ୍ଲିକ, ସୁରେନ୍ଦ୍ର କୁମାର ସାହୁ, ଗୀତାରାଣୀ ମହାନ୍ତି, ସୁଜାତା ମହାପାତ୍ର ପ୍ରମୁଖ ବହୁ ସେବକ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.