Home ଓଡ଼ିଶା ପ୍ରଖ୍ୟାତ ଚଳଚିତ୍ର ଅଭିନେତା ଅଜିତ୍ ଦାସ୍‌ଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ପ୍ରଖ୍ୟାତ ଚଳଚିତ୍ର ଅଭିନେତା ଅଜିତ୍ ଦାସ୍‌ଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

263

ଭୁବନେଶ୍ୱର, ୧୩/୦୯ (ଓଡ଼ିଆ ପୁଅ) : ପ୍ରଖ୍ୟାତ, ଲୋକପ୍ରିୟ ଓ ବରିଷ୍ଠ ଚଳଚିତ୍ର ଅଭିନେତା ଦାସଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

୭୧ ବର୍ଷୀୟ ସ୍ୱର୍ଗତଃ ଦାସ ଆଜି ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଶିକ୍ଷା ଲାଭ କରି ୬୦ରୁ ଉର୍ଦ୍ଧ ଓଡିଆ ଚଳଚିତ୍ରରେ ଚରିତ୍ର ଅଭିନୟଠୁ ଖଳନାୟକ ଭୂମିକା ପର୍ଯ୍ୟନ୍ତ ସ୍ୱର୍ଗତଃ ଦାସ୍ ନିଖୁଣ ଅଭିନୟ କରିଥିଲେ। ସେ ଏକାଧାରାରେ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର ଥିଲେ। ହାକିମବାବୁ ଚଳଚିତ୍ରରେ ଅଭିନୟ ପାଇଁ ରାଷ୍ଟ୍ରୀୟ ଚଳଚିତ୍ର ପୁରସ୍କାର ପାଇଥିଲେ। ମଂଚ ଓ ନାଟକ ଅଭିନୟ ପାଇଁ ସ୍ୱର୍ଗତଃ ଦାସ୍ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ନାଟ୍ୟଗୁରୁ ଭାବେ ପରିଚିତ ସ୍ୱର୍ଗତଃ ଦାସ ଅନେକ ନାଟ୍ୟ ଅନୁଷ୍ଠାନ ସହ ଜଡିତ ଥିଲେ। ତାଙ୍କର ମୃତ୍ୟୁ ଚଳଚିତ୍ର ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଶୋକବାର୍ତ୍ତାରେ ଉଭୟ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଦୁଃଖପ୍ରକାଶ କରି କହିଛନ୍ତି।

ଏଭଳି ଦୁଃଖଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତଃ ଦାସଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.