Home ଜିଲ୍ଲା ପରିକ୍ରମା ପୌରାଚଂଳର ଭୂମିହୀନ ଗରିବଙ୍କୁ ଜାଗାମିଶନ ଯୋଜନାରେ ଘରବାରି ପଟା ବଟଂନ

ପୌରାଚଂଳର ଭୂମିହୀନ ଗରିବଙ୍କୁ ଜାଗାମିଶନ ଯୋଜନାରେ ଘରବାରି ପଟା ବଟଂନ

93

ମାଲକାନଗିରି,୧୪ା୧୦(ଓଡିଆ ପୁଅ ) ରାଜ୍ୟସରକାର ଙ୍କ ଜଗାମିଶନ ଯୋଜନାରେ ମାଲକାନଗିରି ପୌରାଚଂଳ ରେ ୨୯୦ଜଣ ଭୂମିହୀନ ଘରବାରି ପଟାପାଇବା ପାଇଁ ଯୋଗ୍ୟହୋଇଛନ୍ତି । ଆଜି ନଗରଭବନ ଠାରେ କୋଭିଡ ନିୟମପାଳନ କରି ସାମାଜିକ ଦୂରତା ସହ ମୁହଁରେ ମାସ୍କପରିଧାନ କରାଯାଇ ସହରାଚଂଳ ଜାଗାମିଶନ ପଟାବଟଂନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ତହସିଲଦାର ଡ.ଗୁଣନିଧି ନାୟକ, ପୌରପରିଷଦ ନିର୍ବାହିଅଧିକାରୀ ତ୍ରିଶୁଳ ମାର୍ଡି ଓ ବିଧାୟକ ପ୍ରତିନିଧି ସଜଂୟ ସରକାର ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ୧୫ଜଣ ଭୂମିହୀନ ଙ୍କୁ ମାଗଣାରେ ୩୨୩ ସ୍କାର ଫୁଟ ଘରବାରି ପଟା ପ୍ରଦାନ କରିଛନ୍ତି । ୨୯୦ଜଣ ଙ୍କୁ ମାଗଣାରେ ୩୨୩ ସ୍କାର ଫୁଟ ଜମିପଟା ପ୍ରଦାନ କରାଯିବ । ପରବର୍ତି ସମୟରେ ଯିଏ ଚାହିଁବ ସ୍ୱଳ୍ପ ମୂଲ୍ୟରେ ଅଧିକ୧୬୧ ସ୍କାର ଫୁଟ ମୋଟ ୪୮୪ ସ୍କାର ଫୁଟ ଜମି ସେମାନଙ୍କୁ ପ୍ରଦାନ କରାଯିବାର ଯୋଜନା ରହିଛି । ପୌରପରିଷଦର ସହକାରି ଯନ୍ତ୍ରୀ ଇନ୍ଦୁମାଧବ ସରକାର,କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାଳ, ସଜଂୟ କୁମାର ସାହୁ,କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ,ସୁନିତ କୁମାରୀ ପ୍ରମୁଖ ପୌରପରିଷଦର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.