Home ଜିଲ୍ଲା ପରିକ୍ରମା ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଶୋକ

ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଶୋକ

71

ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ପ୍ରଧାନ ଡାକଘର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱରର ପୋଷ୍ଟମାଷ୍ଟର ଗୋପାଳଚନ୍ଦ୍ର ପଢ଼ିଆରୀ ଏଥିରେ ସଭାପତିତ୍ୱ କରିଥିଲେ। ଓଡ଼ିଶା ଡାକମଣ୍ଡଳର ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ, ବାଲେଶ୍ୱର ଡାକ ଅଧିକ୍ଷକ ବାଳକୃଷ୍ଣ କର, ପୂର୍ବତନ ଭିଜିଲାନ୍ସ ଅଫିସର ଭଗବାନ ଚନ୍ଦ୍ର ସାମଲ, ପୂର୍ବତନ ଡାକ ଅଧୀକ୍ଷକ ପ୍ରଫୁଲ୍ଲ କୁମାର ମୈକାପ୍‌, ସୁଶେନ ପେଡ଼ା, ଚନ୍ଦ୍ରମଣି ମହାପାତ୍ର, କୃଷ୍ଣଚନ୍ଦ୍ର ଚିନାରା, ପ୍ରିୟନାଥ ପଟ୍ଟନାୟକ, ନୂପୁର ରାଏ ଚୌଧୁରୀ, ସୁରେଶ ମିଶ୍ର ସତ୍ୟ କୁମାର ବେଜ୍ ଏବଂ ଓଡ଼ିଶା ସର୍କଲ୍ ସମ୍ପାଦକ ତଥା କେନ୍ଦ୍ର ସଂଘର ନେତା ବୃହଷ୍ପତି ସାମଲ, ପୂର୍ବତନ ସର୍କଲ ସଭାପତି ତଥା କେନ୍ଦ୍ର ନେତା ନିରଞ୍ଜନ ରାଉତ, ଓଡ଼ିଶା ସର୍କଲର ପୂର୍ବତନ ସମ୍ପାଦକ ତଥା କେନ୍ଦ୍ର ସଂଘର ନେତା ରମେଶ ଚନ୍ଦ୍ର ମିଶ୍ର, ରେଳଡାକ କର୍ମଚାରୀଙ୍କ ସର୍କଲ ତଥା ସର୍ବଭାରତୀୟ ପୂର୍ବତନ ନେତା ରବିନାରାୟଣ ଧଳ, କଟକ ସିଟିର ପୂର୍ବତନ ସମ୍ପାଦକ ବିଷ୍ଣୁ ଦାସ, ଭୁବନେଶ୍ୱର ସମ୍ପାଦକ ଦୀପ୍ତିରଞ୍ଜନ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ରହି ସ୍ୱର୍ଗତ ଲେଙ୍କାଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଜଣେ ସୁଦକ୍ଷ, ପରୋପକାରୀ, ମେଳାପି, ମିଷ୍ଟଭାଷୀ, ଦରଦୀ, ଆଦର୍ଶବାଦୀ, ସଚ୍ଚୋଟ ଓ ନିଷ୍କପଟ ବ୍ୟକ୍ତିତ୍ୱ ଭାବେ ସହକର୍ମୀଙ୍କ ସହ ସମନ୍ୱୟ ରଖି ତାଙ୍କର କାର୍ଯ୍ୟ କରିବାର ଧାରା ସମସ୍ତଙ୍କୁ ପ୍ରଭାବିତ କରିଥିଲା ବୋଲି ବକ୍ତାମାନେ କହିଥିଲେ। ବାଲେଶ୍ୱରରେ ସଂଘଗୃହ ନିର୍ମାଣଠାରୁ ଆରମ୍ଭ କରି ଯେ କୌଣସି ସାମୂହିକ କାର୍ଯ୍ୟରେ ତାଙ୍କର ଅବଦାନକୁ କେହି ପାସୋରିଯିବେ ନାହିଁ ବୋଲି ସେମାନେ କହିଥିଲେ। ତାଙ୍କର ବିୟୋଗ ବାଲେଶ୍ୱର ସମେତ ରାଜ୍ୟ ପୋଷ୍ଟାଲ ବିଭାଗ ଜଣେ କର୍ମବୀରଙ୍କୁ ହରାଇଛି ବୋଲି ଏହି ଶୋକସଭାରେ ମତ ପ୍ରକାଶ ପାଇଥିଲା। ପ୍ରାରମ୍ଭରେ ସ୍ୱର୍ଗତ ଲେଙ୍କାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ୨ ମିନିଟ ନିରବ ପ୍ରାର୍ଥନା ମାଧ୍ୟମରେ ଦିବଂଗତ ଆତ୍ମାପ୍ରତି ସମସ୍ତେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ୨୦୧୯ ମସିହା ଜୁନ୍ ମାସରେ ବାଲେଶ୍ୱର ମୁଖ୍ୟ ଡାକଘରେ କାର୍ଯ୍ୟରେ ଯୋଗ ଦେଇଥିବା ସ୍ୱର୍ଗତ ଲେଙ୍କା ଅସୁସ୍ଥତା ପାଇଁ ଗତ ସପ୍ତାହରେ ୧୦ ଦିନ ପାଇଁ ଛୁଟିରେ ଥିଲେ। ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାରଦିନ ତାଙ୍କର ଦେହାନ୍ତ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.