Home ଜିଲ୍ଲା ପରିକ୍ରମା ପୋଷାକ ବିତରଣ ଓ ଅବସରକାଳୀନ ସମ୍ବର୍ଦ୍ଧନା

ପୋଷାକ ବିତରଣ ଓ ଅବସରକାଳୀନ ସମ୍ବର୍ଦ୍ଧନା

31

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟର ରାଜ୍ୟସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ପୋଷାକ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଉଥିଲା। ଏହି ଅବସରରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର ପତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ସ୍ଥାନୀୟ ପିସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବରେ ଧାମନଗର ପଂଚାୟତ ସମିତିର ଅଧ୍ୟକ୍ଷ ଶର୍ମିଷ୍ଠା ବେହେରା ସମ୍ମାନୀତ ଅତିଥି ଭାବରେ ସମାଜସେବୀ ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ କୂଳମଣୀ ବେହେରା, ସରପଂଚ ମମତା ଆଚାର୍ଯ୍ୟ, ସମିତିସଭ୍ୟା ଅଲ୍ଳିଭାରାଣୀ ଦାସ ପ୍ରମୁଖ ଯୋଗଦେଇ ଅବସରନେଇଥିବା ପ୍ରଧାନ ଶିକ୍ଷକଙ୍କ ଛାତ୍ରବତ୍ସଳତା ଓ ସମୟାନୁବର୍ତ୍ତିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ଉପସଭାନେତ୍ରୀ ସବିତା ନାୟକ, ଶିକ୍ଷାବିତ୍ ଅଶୋକ ଦାସ, ସନ୍ତୋଷ ସେଠୀ, ବିଜୟ ସୁତାର, ମହେଶ୍ୱର ପୃଷ୍ଟି, ପୂର୍ବତନ ସମିତିସଭ୍ୟ ଆନନ୍ଦ ସାହୁ, ସମାଜସେବୀ ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୀଲ୍ଲିପ ସାହୁ ଉଦ୍ଦେଶ୍ୟଜ୍ଞାପନ କରିଥିଲେ। ବିଜୟଦାସ, ସତ୍ୟଜିତ୍ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିକ୍ଷକ ପ୍ରଦୀପ କୁମାର ଦାସ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ସହକାରୀ ଶିକ୍ଷକ ରାଜେଶ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.