Home ଜିଲ୍ଲା ପରିକ୍ରମା ପୋଖରୀରେ ବୁଡି ଯୁବକର ମୃତ୍ୟୁ

ପୋଖରୀରେ ବୁଡି ଯୁବକର ମୃତ୍ୟୁ

241

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୋଖରୀରେ ଗାଧୋଉଥିବାବେଳେ ପାଣିରେ ବୁଡି ଆଜି ଜଣେ ଯୁବକର ମୃତ୍ୟୁ ଘଟିଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଜିଲାର ବାସୁଦେବପୁର ପୌରପାଳିକାର ୧୯ ନଂ ୱାର୍ଡ ବାଷଠି ଗ୍ରାମରେ । ମୃତକ ସେହି ଗାଁର ଗୋବିନ୍ଦ ଷେଣ୍ଢଙ୍କ ୧୮ ବର୍ଷର ପୁତ୍ର ସୁମନ ଗୌରବ ଷେଣ୍ଢ । ଆଜି ତାଙ୍କ ସଂପର୍କୀୟ ଜେଜେମା’ ଙ୍କ ଶୁଦ୍ଧିକ୍ରିୟା ଚାଲିଥିବାବେଳେ ସୁମନ ଲଣ୍ଡା ହୋଇ ନିକଟସ୍ଥ ହୁର୍ଷା ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଉଥିବାବେଳେ ଅସାବଧାନତା ଯୋଗୁଁ ପୋଖରୀ ଭିତରକୁ ପଳାଇ ଯାଇଥିଲା ଏବଂ ପହଁରା ଜାଣିନଥିବାରୁ ପାଣିରେ ବୁଡି ଯାଇଥିଲା । ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ନେଇଆସିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.