Home ଜିଲ୍ଲା ପରିକ୍ରମା ପୋଖରୀରେ ବିଷ ପକାଇ ମାଛ ମାରିବା ଘଟଣା : ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ଜିଲ୍ଲାପାଳଙ୍କ ଠାରେ...

ପୋଖରୀରେ ବିଷ ପକାଇ ମାଛ ମାରିବା ଘଟଣା : ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ଜିଲ୍ଲାପାଳଙ୍କ ଠାରେ କଲେ ଅଭିଯୋଗ

143

ବାହାନଗା, ୨୬।୯ (ଭାରତୀ ଦାସ / ଓଡ଼ିଆ ପୁଅ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଓସଙ୍ଗ ଗ୍ରାମରେ ଏକ ସୟଂସହାୟିକା ଗୋଷ୍ଠୀ କରୁଥିବା ମାଛ ଚାଷ ପୋଖରୀରେ ଦୁର୍ବୁତ୍ତ ବିଷ ପକାଇ ମାଛ ମାରିବା ଘଟଣା ଆଠ ଦିନ ବିତି ଥିଲେବି କିଛି କାର୍ଯ୍ୟାନୁଷ୍ଠାନ ନମିଳିବାରୁ ସ୍ୱୟଂସହାୟିକା ଗୃପର ମହିଳା ମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଏହି ପଞ୍ଚାୟତ ଓସଙ୍ଗ ଗ୍ରାମର ମା ସ୍ୱରସ୍ୱତୀ ମହିଳା ସ୍ୱୟଂସହାୟିକା ଗ୍ରୁପ ପଞ୍ଚାୟତର ରେସୁଆ ପୋଖରୀକୁ ୪୨୦୦ଟଙ୍କାର ୩ବର୍ଷ ପାଇଁ ନିଲାମ ନେଇ ମାଛ ଚାଷ କରୁଥିଲେ। ସେଥି ପାଇଁ ମଧ୍ୟ ସେ ସମବାୟବ୍ୟାଙ୍କରୁ ୧ଲକ୍ଷ ୩୦ହଜାର ଟଙ୍କାର ଋଣ ମଧ୍ୟ ନେଇଥିବାର କହିଛନ୍ତି। ପୋଖରୀରେ ୨ବର୍ଷରେ ୧ଲକ୍ଷ ୬୦ହଜାର ମାଛ ଜାଆଁଳ ଛାଡ଼ିବାର କହିଛନ୍ତି। ତେବେ ଗତ ୧୯ତାରିଖରେ ପୋଖରୀରେ ମାଛ ମରି ଭାସୁ ଥିବାର ଦେଖି ବାକୁ ମିଳିଥିଲା। ଏହା ବିଷ ପ୍ରୟୋଗ କରା ଯାଇଛି, ସେଥି ପାଇଁ ମାଛ ମରିଛନ୍ତି ବୋଲି ସ୍ୱୟଂସହାୟିକା ଗୋଷ୍ଠୀର ସମ୍ପାଦିକା ଝୁନି ମଳିକଙ୍କ ସହ ଅନ୍ୟ ସଦସ୍ୟ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହା ପରେ କିଛି ଦିନ ବିତି ଯାଇଥିଲେବି କିଛି କାର୍ଯ୍ୟାନୁଷ୍ଠାନ ନମିଳିବା ଅନୁଭବ କରି ସ୍ୱରସ୍ୱତୀ ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ଝୁନି ମଳିକ, ସଭାପତି ସତ୍ୟଭାମା ମଳିକ ଡାଳିମ୍ବ ମଳିକ, ସୁଶିଳା ମଳିକ, ପୂର୍ଣ୍ଣିମା ମଳିକ, ସରସ୍ୱତୀ ମଳିକ, ରଙ୍ଗବତୀ ମଳିକ, ଜଟି ମଳିକ, ହେମଲତା ମଳିକ ପ୍ରମୁଖଙ୍କ ସହ ଅନ୍ୟ କିଛି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜିଲ୍ଲାପାଳଙ୍କ ଠାରେଅଭିଯୋଗ ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ନିବେଦନ କରିଥିବାର ଜଣାପଡ଼ିଛି। ସୂଚନା ଯୋଗ୍ୟ ଏବାବଦରେ ଗୋପାଳପୁର ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଥିବାର ଜଣାପଡ଼ିଛି। ଏବାବଦରେ ଗୋପାଳପୁର ଫାଣ୍ଡିଅଧିକାରୀ ବଂଶୀଧର ପ୍ରଧାନଙ୍କୁ ପଚାରିବାରୁ ଅଭିଯୁକ୍ତଙ୍କ ନାମରେ ସୁପ୍ରିମକୋର୍ଟର୪୧ଆଇପିସି ଧାରାରେ ସେମାନଙ୍କୁ ନୋଟିସ ଦିଆ ଯାଇ ତଦନ୍ତ ଜାରୀ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.