Home ଓଡ଼ିଶା ପୋଖରୀରୁ ୪ଫୁଟ ଲମ୍ବର କୁମ୍ଭିର ଉଦ୍ଧାରକଲା ବନବିଭାଗ

ପୋଖରୀରୁ ୪ଫୁଟ ଲମ୍ବର କୁମ୍ଭିର ଉଦ୍ଧାରକଲା ବନବିଭାଗ

76

ମାଲକାନଗିରି,୪ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ସଦାଶିବପୁର ଗ୍ରାମପୋଖରୀରେ ଆଜି ସକାଳେ ଏକ ଘରିଆଳ କୁମ୍ଭିର କୁ ବନବିଭାଗ ଉଦ୍ଧାର କରିଛି । ଆଜି ସକାଳେ କିଛି ଲୋକ ପୋଖରୀ ରେ ମାଛଧରୁଥିବା ବେଳେ ମାଛ ଜାଲରେ କୁମ୍ଭିରଟି ପଡି ଯାଇଥିଲା । ମାଛଧରାଳି ମାନେ ଭୟଭିତ ହୋଇ ଗାଁ ଭିତରକୁ ଆସି ଗ୍ରାମବାସୀ ମାନଙ୍କୁ ଜଣାଇଥିଲେ । ଗ୍ରାମବାସୀ ମାନେ ବାଲିମେଳା ବନବିଭାଗ ରେଜଂ ଅଧିକାରୀଙ୍କୁ ଏ ସଂପର୍କରେ ସୁଚନା ଦେବାରୁ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଁଚି କୁମ୍ଭିରଟିକୁ ପୋଖରୀ ମଧ୍ୟରୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଉଦ୍ଧାର କୁମ୍ଭିରଟିକୁ ଦେଖିବା ପାଇଁ ପୋଖରୀ ନିକଟରେ ଲୋକମାନଙ୍କ ଭିଡଜମି ଯାଇଥିଲା । ଏହି କୁମ୍ଭିରଟି ୪ଫୁଟ୪୫ ସେଟିଂମିଟର ଲମ୍ବ,ଏହା ଘରିଆଳ ପ୍ରଜାତୀର କୁମ୍ଭିର ବୋଲି ଜଣାପଡିଛି । ସେ ଅସୁସ୍ଥ ଥିବାରୁ ତାକୁ ପ୍ରାଣୀଚିକିତ୍ସାଳୟକୁ ନେଇ ଚିକିତ୍ସା ଆରମ୍ଭ କରିଛନ୍ତି ବନବିଭାଗ ଦିନେ ଦୁଇଦିନ ମଧ୍ୟରେ କୁମ୍ଭିରଟି ସୁସ୍ଥ ହୋଇଗଲାପରେ ଚିତ୍ରକୋଣ୍ଡାସ୍ଥ ବାଲିମେଳା ଜଳଭଣ୍ଡାରରେ ଛାଡିଦିଆ ଯିବବୋଲି ବାଲିମେଳା ବନାଚଂଳ ଅଧିକାରୀ ରାମଚନ୍ଦ୍ର ମାଡକାମୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.