Home Top News ପେଟ୍ରୋଲ-ଡିଜେଲ ଏତେ ମହଙ୍ଗା ଲୋକଙ୍କୁ ଲାଗିଲାଣିଯେ, ଏହି ବ୍ୟକ୍ତି ତେଲ ଭରିବାକୁ ଯାଇ କ’ଣ କଲେ...

ପେଟ୍ରୋଲ-ଡିଜେଲ ଏତେ ମହଙ୍ଗା ଲୋକଙ୍କୁ ଲାଗିଲାଣିଯେ, ଏହି ବ୍ୟକ୍ତି ତେଲ ଭରିବାକୁ ଯାଇ କ’ଣ କଲେ ଯେ, ଲୋକ ହସିଲେ, ଦେଖନ୍ତୁ ଭିଡ଼ିଓ

252

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ, ଯେତେବେଳେ ଲୋକମାନେ କାରରେ ପେଟ୍ରୋଲ କିମ୍ବା ଡିଜେଲ ଭରିବାକୁ ଯାଉଛନ୍ତି, ସେତେବେଳେ ସେମାନେ ବିଶେଷ ଯତ୍ନ ନେଉଛନ୍ତି ଯେ ପେଟ୍ରୋଲ ପମ୍ପଗୁଡ଼ିକ ମାପଠାରୁ କମ୍ ତେଲ ଦେଉନାହାଁନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମେମ ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଆମେ ମଧ୍ୟ ଏହିପରି ଏକ ଭିଡିଓ ଦେଖିଲୁ। ଯେଉଁଥିରେ ଜଣେ ବ୍ୟକ୍ତି ପେଟ୍ରୋଲ ଭରିବା ପରେ ବିନ୍ଦୁ ବିନ୍ଦୁ ପେଟ୍ରୋଲ ସାଉଁଟିବାରେ ଲାଗିଛନ୍ତି। ଏହି ଭିଡିଓ ଦେଖି ଆମକୁ ତ ହସ ଲାଗିଲା ଅବଶ୍ୟ, ଯଦି ଆପଣ ମଧ୍ୟ ଏହି ଭିଡିଓ ଦେଖିପାରନ୍ତି, ହସିବି ପାରନ୍ତି କିମ୍ବା ମନଦୁଃଖ କରିପାରନ୍ତି ପେଟ୍ରୋଲ ଡିଜେଲ ଦରକୁ ନେଇ। ସେ ଯାହା ହେଉ, ରେଟ୍ ବଢ଼ୁପଛେ ମନଦୁଃଖ ନ କରି ଏହି ଭିଡ଼ିଓଟି ଦେଖି ନିଅନ୍ତୁ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିବ ଯେ ଜଣେ ଯୁବକ ତାଙ୍କ କାରରେ ପେଟ୍ରୋଲ ଭରିବାକୁ ଯାଇଛନ୍ତି। ଯେତେବେଳେ ପେଟ୍ରୋଲ-ପମ୍ପ କର୍ମଚାରୀ କାରରେ ପେଟ୍ରୋଲ ଭରନ୍ତି, କାରରେ ଥିବା ଯୁବକ ହାତରେ ପେଟ୍ରୋଲ ଢ଼ାଳୁଥିବା ନୋଜଲକୁ ନେଇ ପେଟ୍ରୋଲ ଟ୍ୟାଙ୍କରେ ନୋଜଲରେ ଲାଗିଥିବା ପେଟ୍ରୋଲ ସାଉଁଟିବା ଆରମ୍ଭ କରିଦେଇଛନ୍ତି ବାକି ଆଫଣ କମେଣ୍ଟରେ କହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.