Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଂଚ ବସନ୍ତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି, ସାହିତ୍ୟି ସଂସ୍କୃତି ସମ୍ପନ୍ନ ମଣିଷ ଥିଲେ ବସନ୍ତ ନାୟକ

ପୂର୍ବତନ ସରପଂଚ ବସନ୍ତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି, ସାହିତ୍ୟି ସଂସ୍କୃତି ସମ୍ପନ୍ନ ମଣିଷ ଥିଲେ ବସନ୍ତ ନାୟକ

22
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଂଚାୟତର ପୂର୍ବତନ ସରପଂଚ, ବିଏନଏମଏ କଲେଜର ପ୍ରତିଷ୍ଠାତା ସଦସ୍ୟ, ଓଡ଼ିଶା ରାଜ୍ୟ ନାରୀକେଳ ନିଗମର ପୂର୍ବତନ ଅଧ୍ୟକ୍ଷ, ବିରଂଚି ନାରାୟଣ ମନ୍ଦିର ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟୀ ସ୍ୱର୍ଗତ ବସନ୍ତ କୁମାର ନାୟକଙ୍କୁ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ରବିବାର ପୂର୍ବାହ୍ନ ସ୍ୱର୍ଗତ ନାୟକଙ୍କ ବାସଭବନ ପାଳିଆ ଗ୍ରାମରେ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସଙ୍କ ସଭାପତିତ୍ୱ ଓ ଶିକ୍ଷାବିତ୍ ଭରତ ଚନ୍ଦ୍ର ବିଶ୍ୱାଳଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ହୃଦାନନ୍ଦ ପାଣିଗ୍ରାହୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀ, ତିହିଡ଼ି ଲେଖକ ସାମ୍ମୁଖ୍ୟ ସଭାପତି ଭଗବାନ ଚନ୍ଦ୍ର ନାୟକ, ପୂର୍ବତନ ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷ ପ୍ରତାପ ଧଳ, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ ନାୟକ, ସାମ୍ବାଦିକ ରାମନାରାୟଣ ନାୟକ, ରାଜ୍ୟ ବିଜେଡି ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଡ. ବ୍ୟୋମକେଶ ରାୟ, ବିଧାୟକ ସଂଜୀବ ମଲ୍ଲିକ, ଜିଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର କୁମାର ଦାସ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗର ବିଜେଡି ନେତା ଡା. ସଂଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଖଣ୍ଡାୟତ କ୍ଷତ୍ରୀୟ ମହାସଂଘର ରାଜ୍ୟ ସଂପାଦକ ବୀରେନ ରାୟ ସ୍ୱାଧୀନତା ସଂଗ୍ରାମୀ ବୈଲୋଚନ ଜେନା, ସରପଂଚ ଯଶୋଦା ମଲିକ, ସମିତିସଭ୍ୟ ଜୀବନଜ୍ୟୋତି ପଲେଇ, ବିଜେଡି ନେତା ସୁରେନ୍ଦ୍ର ନାୟକ, ହରେକୃଷ୍ଣ ଜେନା, ପ୍ରଦୀପ ପଣ୍ଡା, କୀର୍ତନ ରାଉତ, ଗଣେଶ ନାୟକ, ନବକିଶୋର ମଲ୍ଲିକ, ଚିନ୍ତାମଣି ଦାସ, ଭାଗିରଥି ମଳିକ, କୈଳାସ ରାଉଲ, ଅମର ମଲିକ, ଇଂ ମହେଶ ଦାସ, ଦୁଷ୍ମନ୍ତ ନାୟକ, ସରୋଜ ନାୟକ, ବିଜେପି ନେତା ଦୀନବନ୍ଧୁ ପତି, ଦେବେନ୍ଦ୍ର ପୁହାଣ, କମ୍ୟୁନିଷ୍ଟ ନେତା ବିଷ୍ଣୁ ଦାଶ, ମଳୟ ଭୋଇ, ଆଇନଜୀବୀ ଅଜୟ ପାତ୍ର, ସାହିତ୍ୟିକ ବିଭୂତି ଭୂଷଣ ସେନାପତି, କୈଳାସ ବେହେରା, ପୁଷ୍ପାଞ୍ଜଳି ତ୍ରିପାଠୀ, ଆଶୁତୋଷ କରଣ, ପି. ହୃଷିକେଶ, ସୁଧାରଂଜନ ମହାନ୍ତି, ହରିହର ମଳିକ, ନରହରି ନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବସନ୍ତ ନାୟକ ଜଣେ ସାହିତ୍ୟ ଓ ସଂସ୍କୃତି ସମ୍ପନ୍ନ ମଣିଷ ଥିଲେ ବୋଲି କହିଥିଲେ। ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ସ୍ୱର୍ଗତଃ ନାୟକଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ। ଶିକ୍ଷାବିତ୍ ଅଶ୍ୱନି ମହାନ୍ତି ରାମଧୁନ କରିଥିବା ବେଳେ ପ୍ରବଚିକା ବିଶ୍ୱମୈତ୍ରୀ ନାୟକ ବେଦପାଠ କରିଥିଲେ। ସ୍ୱର୍ଗତ ନାୟକ ସୁପୁତ୍ର ଗୌତମ ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ। ପୁତ୍ର ସୁଧନ୍ୱା ନାୟକ, ଶାନ୍ତନୁ ନାୟକ, ପୂର୍ବତନ ସରପଂଚ ଅର୍ଚ୍ଚନା ନାୟକ, ଦୀପ୍ତିରେଖା ନାୟକ, ନିବେଦିତା ନାୟକ, ଅରବିନ୍ଦ ମଲ୍ଲିକ, ବିଶ୍ୱରଂଜନ ନାୟକ, ପ୍ରଶାନ୍ତ ପଲେଇ, ଭରତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.