ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧୀନ ଈଶ୍ୱରପୁର ସ୍ଥିତ ମା’ ଦପା ନାୟକାଣୀଙ୍କ ପୀଠ ଓ ତାଳପଦା ଗୋପୀନାଥ ଜୀଉଙ୍କ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ଦୀପଦାନ କରାଯାଇଛି। ମା’ ଦପା ନାୟକାଣୀଙ୍କ ପୀଠରେ ଯଜ୍ଞ ସହିତ ଦୀପଦାନ କରାଯାଇଥିଲା। ଏହି ଯଜ୍ଞରେ କର୍ତ୍ତା ଭାବେ ଧାମନଗର ବିଜେଡି ନେତା ଡାକ୍ତର ସଂଜୟ ଦାସ କାର୍ଯ୍ୟ ତୁଲାଇଥିଲେ। ଯଜ୍ଞ ପରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ଧାମନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା ଓ ହରେକୃଷ୍ଣ ଜେନା, ସମିତିସଭ୍ୟ ଜୟପ୍ରକାଶ ମଲିକ, ଜୀବନଜ୍ୟୋତି ପଲେଇ ଓ ଭାଗିରଥି ମଳିକ, ବିଜେଡି ପଞ୍ଚାୟତ ସଭାପତି ଭୀମସେନ ବାରିକ ଓ ଲକ୍ଷ୍ମୀକାନ୍ତ ମହାପାତ୍ର,ପୂର୍ବତନ ସମିତିସଭ୍ୟ ଶରତ ମଳିକ, ବିଜେଡି ନେତା ବିଷ୍ଣୁମୋହନ ଜେନା, ପ୍ରତାପ ଜେନା, ଭାରତ ବିଜୟ ଦଳେଇ, ଅମର ମଲିକ ପ୍ରମୁଖଙ୍କ ସହିତ ବହୁ ବିଜେଡି ନେତା ଓ କର୍ମୀ ଦୀପଦାନ କରିଥିଲେ। ସେହିପରି ତାଳପଦା ପଞ୍ଚାୟତର ଗୋପୀନାଥ ଜୀଉଙ୍କ ମନ୍ଦିରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ସମିତିସଭ୍ୟ ଚିନ୍ତାମଣି ଦାସଙ୍କ ତତ୍ତ୍ୱାବଧାନରେ ଦୀପଦାନ କରାଯାଇଥିଲା। ଏଥିରେ ବାଣିକଲ୍ୟାଣ ମହାପାତ୍ର, ନାରାୟଣ ଚନ୍ଦ୍ର ମହାନ୍ତି, ଅଶୋକ ବାରିକ, ପୀତବାସ ମହାଳିକ, ଶମ୍ଭୁନାଥ ଜେନା, ଧନେଶ୍ୱର ଜେନା, ହରେକୃଷ୍ଣ ମହାପାତ୍ର, କାଳନ୍ଦୀ ଜେନା ପ୍ରମୁଖଙ୍କ ସହିତ ବହୁ ବିଜେଡି କର୍ମୀ ଯୋଗ ଦେଇ ଦୀପଦାନ କରିଥିଲେ।