Home ଓଡ଼ିଶା ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ହେଲେ କ୍ୟାବିନେଟ୍ ମନ୍ତ୍ରୀ

ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ହେଲେ କ୍ୟାବିନେଟ୍ ମନ୍ତ୍ରୀ

605

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ମୋଦି ସରକାର ୨.୦ ରେ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ସୁଷମା ସ୍ୱରାଜଙ୍କ ସ୍ଥାନ ନେବେ ଏବଂ ବୈଦେଶିକ ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟଯେ, ଜୟଶଙ୍କର ୨୦୧୫ରୁ ୨୦୧୮ ଯାଏ ଭାରତର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୭୭ରେ ଆଇଏଫଏସରେ ଯୋଗଦେଇଥିଲେ। ସେ ଭାରତର ବୈଦେଶିକ ସଚିବ ହେବା ପୂର୍ବରୁ ଆମେରିକା, ଚାଇନା, ଚେକ୍‌ ଗଣରାଜ୍ୟରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ସିଙ୍ଗାପୁରରେ ଭାରତୀୟ ହାଇକମିଶନର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ପାଖରେ ରହିଛି।

ମୋଦିଙ୍କ ବାସଭବନରେ ଏସ୍‌ ଜୟଶଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ। ତା’ ପରେ ଜୟଶଙ୍କରଙ୍କୁ ରାଜ୍ୟସଭାକୁ ମନୋନୀତ କରି ମୋଦି ସରକାର ମନ୍ତ୍ରୀ ପଦ ଦେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.