Home ଓଡ଼ିଶା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

298

ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତୀୟ ରାଜନୀତିରେ ଏକ ଯଶସ୍ୱୀ ଅଧ୍ୟାୟର ଶେଷ ହୋଇଛି। ଜଣେ ଅସାଧାରଣ ନେତାଙ୍କ ବିୟୋଗରେ ଭାରତ ଶୋକ ପ୍ରକାଶ କରୁଛି, ଯିଏକି ତାଙ୍କ ଜୀବନକୁ ଜନ ସାଧାରଣଙ୍କ ସେବା ଏବଂ ଗରିବଙ୍କ ଜୀବନ ଧାରଣର ମାନ ଉନ୍ନତ କରିବାରେ ଉତ୍ସର୍ଗ କରିଥିଲେ। ସୁଷମାଜୀ ଥିଲେ ଅଦ୍ୱିତୀୟ ଏବଂ ସେ ଥିଲେ କୋଟି କୋଟି ଜନ ସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ।

ସୁଷମାଜୀ ଥିଲେ ଜଣେ ବିଚକ୍ଷଣ ବକ୍ତା ଏବଂ ଅସାଧାରଣ ସାଂସଦ। ଦଳ ନିର୍ବିଶେଷରେ ତାଙ୍କୁ ସମସ୍ତେ ସମ୍ମାନ ଓ ପ୍ରଶଂସା କରୁଥିଲେ। ବିଜେପିର ଆଦର୍ଶ ଓ ସ୍ୱାର୍ଥ ବିଷୟକୁ ନେଇ ସେ ଅଟଳ ଥିଲେ ଓ ଏହି ଦଳର ବିକାଶରେ ତାଙ୍କର ଅନେକ ଯୋଗଦାନ ରହିଥିଲା।

ସୁଷମାଜୀ ଥିଲେ ଜଣେ ଚମକ୍ରାର ପ୍ରଶାସକ ଏବଂ ଯେଉଁ ମନ୍ତ୍ରଣାଳୟ ଦାୟିତ୍ୱରେ ସେ ରହୁଥିଲେ ସେଠାରେ ଏକ ଉଚ୍ଚ ମାନଦଣ୍ଡ ନିର୍ଦ୍ଧାରଣ କରୁଥିଲେ। ବିଭିନ୍ନ ଦେଶ ସହିତ ଭାରତର ସମ୍ପର୍କକୁ ଉନ୍ନତ କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜଣେ ମନ୍ତ୍ରୀ ଭାବେ ଆମେ ତାଙ୍କର କରୁଣାବାନ ଦିଗକୁ ମଧ୍ୟ ଦେଖିଛେ। ବିଶ୍ୱର ଯେକୌଣସି ଭାଗରେ ହତାଶା ମଧ୍ୟରେ ଥିବା ଭାରତୀୟ ବ୍ୟକ୍ତିଙ୍କୁ ସେ ସହାୟତା କରୁଥିଲେ।

ବୈଦେଶିକ ମନ୍ତ୍ରୀ ଭାବେ ଗତ ୫ ବର୍ଷ ମଧ୍ୟରେ ସେ ଯେଭଳି ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିଥିଲେ ତାହା ମୁଁ ଭୁଲି ପାରିବି ନାହିଁ। ଏପରିକି ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା ବେଳେ ମଧ୍ୟ ତାଙ୍କ କାର୍ଯ୍ୟକୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଯଥା ସମ୍ଭବ ପ୍ରୟାସ କରୁଥିଲେ ଏବଂ ତାଙ୍କ ମନ୍ତ୍ରଣାଳୟର ବିଷୟକୁ ନେଇ ସମସ୍ତ ବିଷୟରେ ଅବଗତ ରହୁଥିଲେ। ତାଙ୍କ ଉତ୍ସାହ ଏବଂ ସଂକଳ୍ପ ଥିଲା ଅଦ୍ୱିତୀୟ।

ସୁଷମା ଜୀଙ୍କ ପରଲୋକ ଏକ ବ୍ୟକ୍ତିଗତ କ୍ଷତି। ଭାରତ ପାଇଁ ସେ ଯାହା କରିଛନ୍ତି ସେଥିପାଇଁ ତାଙ୍କୁ ସମସ୍ତେ ଅନୁରାଗ ପୂର୍ବକ ସ୍ମରଣ ରଖିବେ। ଏହି ଅତ୍ୟନ୍ତ ଦୁଃଖଦ ମୁହୂର୍ତରେ ତାଙ୍କ ପରିବାର ବର୍ଗ, ସମର୍ଥକ ଏବଂ ପ୍ରଶଂସକମାନଙ୍କୁ ମୁଁ ସମବେଦନା ପ୍ରକାଶ କରୁଛି। ଓମ ଶାନ୍ତି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.