Home ଜିଲ୍ଲା ପରିକ୍ରମା ପୁଲିସ୍ ଆଖିରେ ଧୂଳିଦେଇ ଭଦ୍ରକ ମେଡିକାଲରୁ ଚିକିତ୍ସାଧୀନ ୨ ଅଭିଯୁକ୍ତ ଫେରାର

ପୁଲିସ୍ ଆଖିରେ ଧୂଳିଦେଇ ଭଦ୍ରକ ମେଡିକାଲରୁ ଚିକିତ୍ସାଧୀନ ୨ ଅଭିଯୁକ୍ତ ଫେରାର

98

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ୨ ଜଣ ଅଭିଯୁକ୍ତ ଡ୍ୟୁଟିରେ ଥିବା ପୁଲିସ୍ ଆଖିରେ ଧୂଳି ଦେଇ ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଇଦ୍‌ରେ ନମାଜ ପଢିବା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଉକ୍ତ ସଂଘବଦ୍ଧ ଆକ୍ରମଣ ଘଟଣା ଭିନ୍ନମୋଡ ନେଇଥିଲା । ଥାନାରେ ଏତଲା ପରେ ଉଭୟପକ୍ଷଙ୍କର ଅଭିଯୁକ୍ତକୁ ଅଟକ ରଖିବା ସହ ଆହତଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲା ପୁଲିସ୍ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରୁ ଚମ୍ପଟ ମାରିଛନ୍ତି ୨ ଅଭିଯୁକ୍ତ । ପ୍ରାପ୍ତ ଖବର ମୂଳେ ଏହି ଜିଲାର ପୁରୁଣାବଜାର ଥାନା ଅଧୀନସ୍ଥ ବୁଧୁବାର ହାଟ ଅଂଚଳରେ ଇଦ୍ ଦିନ ନମାଜ ପାଠ ପରେ ଝଗଡା ହୋଇଥିଲା । ଏଥିରେ ଉଭୟପକ୍ଷରୁ ଏକାଧିକ ଆହତ ଓ ଗୁରୁତର ହୋଇଥିଲେ । ତେବେ ପୁରୁଣାବଜାର ଥାନାରେ ଉଭୟପକ୍ଷଙ୍କ ଏତଲା ପରେ ୫ ଜଣଙ୍କୁ ଧରିଥିଲା ପୁଲିସ୍ । ଗୋଟିଏ ପକ୍ଷର ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଅପରପକ୍ଷର ୩ ଜଣଙ୍କୁ ପୁଲିସ୍ ହେପାଜତରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ମାତ୍ର ଚିକିତ୍ସିତ ହେଉଥିବାବେଳେ ଆଜି ସେକ୍ ଭାଲୁ ଓ ସାହେବ ବାବୁ ନାମକ ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଏମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏହି ଦୁଇ ଅଭିଯୁକ୍ତ ଫେରାର ହେବାପରେ ଅପରପକ୍ଷ ପୁଲିସ୍‌କୁ ଦୋଷ ଦେଇ ସେମାନେ ଜାଣିଶୁଣି ଅଭିଯୁକ୍ତଙ୍କୁ ଛାଡିଦେଇଥିବାର କହିଛନ୍ତି । ତେବେ ଏ ନେଇ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.