Home କେନ୍ଦୁଝର ପୁର୍ବ ଶତ୍ରୁତାକୁ ନେଇ ଦୋକନରୁ ଚୋରୀ ଅଭିଯୋଗ

ପୁର୍ବ ଶତ୍ରୁତାକୁ ନେଇ ଦୋକନରୁ ଚୋରୀ ଅଭିଯୋଗ

281

ହାଟଡିହି ୧୪ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ପୁର୍ବ ଶତ୍ରୁତାକୁ ନେଇ ଅଁରା ଗ୍ରାମରେ ଏକ ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଦମୟନ୍ତୀ ପରିଡା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମୀ ନରାୟଣ ପରିଡା ଗାଁରେ ଏକ କେବିନି ପକାଇ ଦୋକାନ କରିଛନ୍ତି । ଗତକାଲି ରାତିରେ କେହି ଦୁର୍ବୁତ ଦୋକାନର ଶିକୁଳି ଭାଙ୍ଗିଦେଇ ଦୋକାନ ଭିତରୁ ନଗଦ ୧୦ହଜାର ଟଙ୍କା ସମେତ ଅନେକ ସାମଗ୍ରୀ ଲୁଟି ନେଇଛନ୍ତି । ପୁର୍ବରୁ ଗାଁର କିଛି ଲୋକଙ୍କ ସହିତ ତାଙ୍କ ପରିବାରର ବିବାଦ ଥିବାବେଳେ ସେଥିମଧ୍ୟରୁ କିଛି ବ୍ୟକ୍ତି ତାଙ୍କ ଦୋକାନ ପାଖରେ ଗତକାଲି ବିଳମ୍ବିତ ରାତି ପର‌୍ୟ୍ୟନ୍ତ ସେଠାରେ ଭୋଜିଭାତ କରିଖାଇଥିଲେ । ଏଣୁ ସେହି ବ୍ୟକ୍ତି ମାନେ ତାଙ୍କ ଦୋକାନ ଚୋରୀରେ ସଂପୃକ୍ତି ଥିବାର ସେ ସନ୍ଦେହ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.