Home ଜିଲ୍ଲା ପରିକ୍ରମା ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଡ଼ି ଦେଲେ ବାଇକିକୁ

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଡ଼ି ଦେଲେ ବାଇକିକୁ

6

ଭଦ୍ରକ, ୧୭ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଷୋହଡା ପଂଚାୟତ କଂଟାପାରି ଗ୍ରାମ ରେ ଶୁକ୍ରବାର ବିଳମ୍ବିତ ରାତିରେ ବାବୁଲି ମଳିକ ତାଙ୍କ ପରିବାର ସହ ନିଜ ଘରେ ସୋଇଥିବା ବେଳେ ଦାଣ୍ଡ ଦୁଆରେ ନିଆଁ ଜଳୁଥିବା କବାଟ ଫାଟରେ ଦେଖି ଚିତ୍କାର କରିଥିଲେ ।ପଡୋଶୀ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଂଚି ଦାଣ୍ଡ ପିଣ୍ଡାରେ ତାଂକ ବାଇକ ଜଳୁଥିବା ଦେଖି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ।ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଜେ ଅଗ୍ନିଶମ ବିଭାଗ ଘଟଣା ସ୍ତଳ ରେ ପହଂଚି ନିଆଁ ଲିଭାଇବା ସହ ଘର ଭିତରେ ଶୋଇଥିବା ବାବୁଲି ମଳିକ ତାଙ୍କ ସ୍ତ୍ରୀ ଓ ନାତିକୁ ଉଧାର କରିଥିଲେ ।ତେବେ ପରିବାର ଲୋକଙ୍କ ଅଭିଯୋଗ ପୁର୍ବରୁ ପଡୋଶୀ ମାନଙ୍କ ସହ ଜମିଜମା ବିବାଦ ଲାଗିଥିଲା ସେହି ରାଗରେ ବାବୁଲି ଶୋଇଥିବା ରୁମକୁ ବାହାର ପଟୁ ବନ୍ଦ କରି ତାଙ୍କ ପୁଅର ଏକ ଗ୍ଲେମର ବାଇକରେ ନିଆଁ ଲଗେଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି ।ଏନେଇ ପୋଲିସ ଘଟଣା ସ୍ତଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.