Home ଜିଲ୍ଲା ପରିକ୍ରମା ପୁରୁଷଣ୍ଢ ଗ୍ରାମପଞ୍ଚାୟତ ବିଜେଡିର ମିଶ୍ରଣ ପର୍ବ

ପୁରୁଷଣ୍ଢ ଗ୍ରାମପଞ୍ଚାୟତ ବିଜେଡିର ମିଶ୍ରଣ ପର୍ବ

153

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୫ ଘଟିକା ସମୟରେ ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ପୁରୁଷଣ୍ଢ ଗ୍ରାମପଞ୍ଚାୟତର ମୁସଲିମ୍ ସାହିରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାସ, ସମିତି ସଭ୍ୟ ଦିଲ୍ଲୀପ ପୁହାଣ, ଯୁବ ସଭାପତି ସତ୍ୟସାଧନ ବେଜ, ଯୁବ ସଂପାଦକ ପ୍ରକାଶ ବିଶ୍ୱାଳ, ପୁରୁଷଣ୍ଢ ପଂଚାୟତ ସଭାପତି ଉଦୟ, ନାଏବ ସରପଞ୍ଚଙ୍କ ସମେତ ସ୍ଥାନୀୟ ଅଂଚଳର ସମସ୍ତ ଯୁବଛାତ୍ର, ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପି ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ବୋଲି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.