Home Coronavirus Outbreak ପୁରୀ: ୩୧୦ ନୂତନ ପଜିଟିଭରୁ ପୁରୀ ପୌରାଞ୍ଚଳର ୭୦

ପୁରୀ: ୩୧୦ ନୂତନ ପଜିଟିଭରୁ ପୁରୀ ପୌରାଞ୍ଚଳର ୭୦

88

ପୁରୀ, ୧୪ା୯ (ଓଡ଼ିଆ ପୁଅ) : ଆଜି ପୁଣି ଜିଲ୍ଲାରେ ୩୧୦ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୯୭ରେ ପହଞ୍ଚିଛି। ଅଦ୍ୟାବଧି ଜିଲ୍ଲାରେ ୬୫୯୭ଜଣ ପଜିଟିଭି ଚିହ୍ନଟ ହୋଇଥିବାବେଳେ ୪୫୮୦ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧ରହିଛି। ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୨୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୬ ଟି କଣ୍ଟେନମେ ଜୋନ୍ ରହିଛି। କେବଳ ପୁରୀ ମ୍ୟୁନିସପାଲିଟିରେ ୨୨୨୨ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୬୨୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ତେବେ ମୋଟାମୋଟିଭାବେ ଗତ କିଛିଦିନ ଧରି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ବିଭିନ୍ନଞ୍ଚବ୍ଳକ ଅଞ୍ଚଳରେ ୨୪୦ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁରୀ ପୌରାଞ୍ଚଳରେ ୭୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ କୋଣାର୍କ ଏନ୍‌ଏସିର ଚିହ୍ନଟ ୪ଜଣ ପଜିଟିଭ ଓ ନିମାପଡ଼ା ଏନ୍‌ଏସିର ଚିହ୍ନଟ ୨୪ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ତେବେ ପିପିଲି ଏନ୍‌ଏସିର ଚିହ୍ନଟ ୮ ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ବିଭିନ୍ନ ବ୍ଳକ ଅଞ୍ଚଳରୁ ଆଜିସୁଦ୍ଧା ୪୩୭୫ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.