Home ଜିଲ୍ଲା ପରିକ୍ରମା ପୁରୀ ପୁଲିସ ପକ୍ଷରୁ ମକ୍ ଡ୍ରିଲ

ପୁରୀ ପୁଲିସ ପକ୍ଷରୁ ମକ୍ ଡ୍ରିଲ

19

ପୁରୀ, ୧୨ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପ୍ରତ୍ୟେହ ଦର୍ଶନାର୍ଥଙ୍କ ଲାଗି ଶ୍ରୀମନ୍ଦିର ଖୋଲାଯିବା ନିଷ୍ପତ୍ତିପରେ ଆଜି ଠାରୁ ପୁରୀରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକହେବ ପ୍ରବଳ ଭିଡ଼। ଭିଡ଼ ନିୟନ୍ତ୍ରଣକୁ ଆଖି ଆଗରେ ରଖି ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ସମ୍ମୁଖରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି। ଏଥିରେ ଭିଡ଼ ନିୟନ୍ତ୍ରଣ ତଦାରଖ ଦାୟିତ୍ୱରେ ଥିବା ଅତିରିକ୍ତ ଏସ୍‌ପି, ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ଶ୍ରୀମନ୍ଦିର ଭିତରେ ଓ ବାହାରେ ନିୟୋଜିତ ହେବାକୁ ଥିବା ଅନ୍ୟପୁଲିସ ଅଧିକାରୀ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ସେହିପରି ବେଳାଭୂମୀର ଦିଗବାରେଣୀ ଠାରେ ବିଚ୍ ସିକ୍ୟୁରିଟ୍ ସମ୍ପର୍କିତ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି।ଏଥିରେ ସିଟିଡ଼ିଏସ୍‌ପି କ୍ଷୀରସାଗର ନାୟକ, ହୋମଗାର୍ଡ଼ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜେ କେ ଦେହୁରୀ, ନିୟୋଜିତ ହେବାକୁଥିବା ପୁଲିସ ଅଧିକାରୀ ଓ ଲାଇଫ୍ ଗାର୍ଡ଼ମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.