Home ଜିଲ୍ଲା ପରିକ୍ରମା ପୁରୀ ପାନ୍ଥନିବାସରେ ରେଷ୍ଟୁରାଣ୍ଟ ଉଦଘାଟିତ

ପୁରୀ ପାନ୍ଥନିବାସରେ ରେଷ୍ଟୁରାଣ୍ଟ ଉଦଘାଟିତ

15

ପୁରୀ ୨୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାକ) ପୁରୀ ପାନ୍ଥନିବାସ ପରିସରରେ ଏକ ରେଷ୍ଟୁରାଣ୍ଟକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ସୋମବାର ପୂର୍ବାହ୍ନ ରେ ଉଦଘାଟନ କରିଛନ୍ତି। ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ବିଶ୍ୱ ବିଦିତ। ପର୍ଯ୍ୟଟକ ମାନଙ୍କୁ ଭଲ ପରିବେଶ ଓ ଖାଦ୍ୟ ଯୋଗାଇବାର ଆବଶ୍ୟକତା ରହିଛି। ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକ ଓ ପୁରୀ ବାସୀଙ୍କ ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଶାଵ୍ୟକ୍ତ କରିଛନ୍ତି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦୁର୍ଗା ଚରଣ ମହାପାତ୍ର, ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ମାନସ ପାଢୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଶ୍ରୀ ଭବ ତାରଣ ସାହୁ, ଓ ଟି ଡି ସି ର ଡିଭିଜିନାଲ ମ୍ୟାନେଜର ପି କେ ଚାନ୍ଦ, ଏସ ଇ ଶ୍ରୀ ଶଶାଙ୍କ ଦାଶ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ ଏବଂ ପାନ୍ଥନିବାସର ମ୍ୟାନେଜର ଶ୍ରୀ ଚନ୍ଦ୍ରକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.