Home ଜିଲ୍ଲା ପରିକ୍ରମା ପୁରୀ ଜିଲା ଯୁବ କଂଗ୍ରେସ ପକ୍ଷରୁ ପୀଡିତାଙ୍କ ଆତ୍ମାର ସଦ୍‌ଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରା...

ପୁରୀ ଜିଲା ଯୁବ କଂଗ୍ରେସ ପକ୍ଷରୁ ପୀଡିତାଙ୍କ ଆତ୍ମାର ସଦ୍‌ଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ

105

ପୁରୀ, ୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଉତରପ୍ରଦେଶ ହଠରାସ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ଆତ୍ମାର ସଦଗତି କାମନା କରି ଗତକାଲି ପୁରୀ ଜିଲା ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଯୁବ କଂଗ୍ରେସ ସଭାପତି ପ୍ରେମଜିତ ନାୟକ ଓ ବିଶ୍ୱନାଥ ଦାଶ ଙ୍କ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପୀଡିତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ରାତି ଅଧିଆ ତାଙ୍କ ମୃତଦେହ କୁ ପୁଲିସ ପୋଡିଦେବା ଘଟଣାକୁ ନିନ୍ଦା କରାଯିବା ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ଇସ୍ତଫା ଓ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.