Home ଓଡ଼ିଶା ପୁରୀର ନାଗା ସାଧୁଙ୍କ ବିକ୍ଷୋଭ

ପୁରୀର ନାଗା ସାଧୁଙ୍କ ବିକ୍ଷୋଭ

85

ପୁରୀ, ୨୬/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ଆଜି ହଟାତ୍ ସିଂହଦ୍ୱାର ସମ୍ମୁଖରେ କିଛି ନାଗା ସାଧୁଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। ସାଧାରଣତଃ ନାଗା ସାଧୁ ମାନେ ପୁରୀ ଆସିବା ସହ ଲଙ୍ଗୁଳି ମଠରେ ରହିବା ସହ ଲଙ୍ଗୁଳି ମଠର ଧୁନୀ ଦର୍ଶନ କରିଥାନ୍ତି। ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣ ପାଇଁ ମଠଟି ଭାଙ୍ଗି ଯାଇଥିବା ବେଳେ ଧୁନିଟି ଐତିହ୍ୟ କରିଡର ମଧ୍ୟରେ ରହିଛି। ସେନେଇ ସାଧାରଣତଃ ଭକ୍ତଙ୍କୁ କରିଡର ମଧ୍ୟକୁ ଛଡା ଯାଉନାହିଁ। ତେଣୁ ନାଗା ସାଧୁଙ୍କୁ ମଧ୍ୟ ଛଡା ଯାଇନଥିଲା। ତେଣୁ ଧୁନୀର ଦର୍ଶନ ନପାଇ ସାଧୁମାନେ ଉତ୍‌କ୍ଷିପ୍ତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଲଙ୍ଗୁଳି ମଠର ମହନ୍ତଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଠିକରେ କାର୍ଯ୍ୟ ଓ ପୂଜା କରୁନଥିବା ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.