Home ଜିଲ୍ଲା ପରିକ୍ରମା ପୁରୀରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ପୁରୀରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

23

ପୁରୀ ୨୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପର୍ଯ୍ୟଟନ କେବଳ ଖୁସି ଦିଏ ନାହିଁ ବରଂ ଅର୍ଥନୀତି ଓ ପାରସ୍ପରିକ ସଦଭାବନାକୁ ସମୃଦ୍ଧ କରିଥାଏ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କହିଛନ୍ତି। ଆଜି ପୂର୍ବାହ୍ନ ରେ ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ବର୍ମା ପର୍ଯ୍ୟଟନ ସ୍ଥାନ ଓ ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ବହୁବିଧ ବ୍ୟବସ୍ଥା କରାଯାଉଛି। ତେବେ ସାଧାରଣ ଜନତାଙ୍କ ସହଭାଗିତା ପର୍ଯ୍ୟଟନକୁ ଅଧିକ ପରିବ୍ୟାପ୍ତ କରିଥାଏ ବୋଲି ସେ କହିଥିଲେ। ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ।ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭ୍ର ଶ୍ରେୟ ମିଶ୍ର ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟମନ୍ଦିରର ଛାତ୍ର ରୁଦ୍ର ପ୍ରସାଦ ଦାଶ ଦ୍ୱିତୀୟ, ବ୍ଲେସ୍ଡ ସେକ୍ରେମେଣ୍ଟ ଉଚ୍ଚ ବିଦ୍ୟାଳୟର ଛାତ୍ର ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ରେ ସୁରଜମଲ ସାହା ମହବିଦ୍ୟାଳୟର ଛାତ୍ରୀ ଇଶାନୀ ବାନାର୍ଜୀ ପ୍ରଥମ, କଲେଜ ଅଫ ମ୍ୟାନେଜମେଣ୍ଟ ଟେକ୍ନୋଲୋଜିର ଛାତ୍ରୀ କଲ୍ୟାଣୀମୟୀ ଜେନା ଦ୍ୱିତୀୟ, କୁଇଜ ପ୍ରତିଯୋଗିତାରେ ଭାର୍ଗବୀ ଉଚ୍ଚ ବିଦ୍ୟାଳୟ ବୀର ନରସିଂହପୁର ର ଛାତ୍ର ମହେଶ କୁମାର ବେହେରା ପ୍ରଥମ, ପିପିଲି ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୃଷ୍ଟି ସ୍ମିତା ନନ୍ଦ ଦ୍ୱିତୀୟ, ବ୍ଲେସ୍ଡ ସେକ୍ରେମେଣ୍ଟ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଅରମାନ ଚୌଧୁରୀ ତୃତୀୟ, ଓ ମହାବିଦ୍ୟାଳୟ କୁଇଜ ରେ ଏସ ସି ଏସ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ଶୈଳବାଳା ଓଝା ପ୍ରଥମ, ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ରିତୁ ପର୍ଣ୍ଣା ସାହୁ ଦ୍ୱିତୀୟ, ସୁରଜମଲ ସାହା ମହାବିଦ୍ୟାଳୟ ର ଛାତ୍ରୀ ସୁପର୍ଣ୍ଣା ପ୍ରିୟଦର୍ଶିନୀ ତୃତୀୟ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ପର୍ଯ୍ୟଟନ ବିଭାଗ ର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.