ad
Coronavirus Outbreak

ପୁରୀରେ କରୋନା ପଜେଟିଭଙ୍କ ସଂଖ୍ୟା ୪୮ ରେ ପହଂଚିଲା

ପୁରୀ, ୨୨/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲାରେ କରୋନା ଆକ୍ରାନ୍ତ ପଜେଟିଭ୍‌ଙ୍କ ସଂଖ୍ୟା ଆଜି ୪୮ ରେ ପହଂଚିଚି। ଗତକାଲି ଏଇ ସଂଖ୍ୟା ୪୫ ରେ ଥିଲା ବେଳେ ଆଜି ଆଉ ନୂତନ ଭାବେ ୩ ଜଣ ପଜେଟିଭ୍ ବାହାରିବା ପରେ ସଂଖ୍ୟା ୪୮ କୁ ବୃଦ୍ଧି ପାଇଛି। ଏବେ ଯେଉଁ ପଜେଟିଭ୍ ଆକ୍ରାନ୍ତ ବାହାରୁଛନ୍ତି ସମସ୍ତେ କ୍ୱାରେନଟାଇନରେ ରହିଥିବା ଜଣାଯାଏ। ଜିଲାର ୧୧ ଟି ବ୍ଲକ ମଧ୍ୟରୁ ପ୍ରାୟ ୯ ଟି ବ୍ଲକ ରେ ପଜେଟିଭ୍ ବାହାରିଥିବା ଜଣାଯାଇଥିବା ବେଳେ ପୁରୀ ସଦର ଓ ନିମାପଡା ବ୍ଲକ ରୁ କୌଣସି ପଜେଟିଭ୍ ବାହାରିନଥିବା ଜଣାଯାଇଛି। ୪୮ ଜଣ ପଜେଟିଭ୍‌ଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୪୫ ଜଣ ଆକ୍ଟିଭ୍ ଙ୍କର ଚିକିତ୍ସା ଚାଲୁରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top