Home ଜଗତସିଂହପୁର ପୁନରୁଦ୍ଧାର କାର୍ଯ୍ୟରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଉତ୍ସଗୀକୃତ ସେବା ଯୋଗାଇଛି

ପୁନରୁଦ୍ଧାର କାର୍ଯ୍ୟରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଉତ୍ସଗୀକୃତ ସେବା ଯୋଗାଇଛି

301

ତିର୍ତ୍ତୋଲ୧୨/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ) – ଗତ ୩ ତାରିଖ ଦିନ ଫୋନି ବାତ୍ୟାର ପ୍ରଭାବରେ ତିର୍ତ୍ତୋଲ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ମାନଙ୍କ ପକ୍ଷରୁ ଉତ୍ସଗୀକୃତ ସେବା ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଫୋନି ବାତ୍ୟାରେ କଟକ – ପାରାଦ୍ୱିପ ରାସ୍ତାରେ ଶତାଧିକ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରିଥିଲା। ବାତ୍ୟାର ପ୍ରକୋପ କମିବା ପରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପକ୍ଷରୁ ତ୍ୱରିତ ବେଗରେ ରାସ୍ତାରୁ ଏହି ଗଛ ଗୁଡ଼ିକୁ ହଟାଇ ଗମନା ଗମନରେ ସୁବିଧା କରାଯାଇପାରିଥିଲା। ବିଦ୍ୟୁତୁ ଖୁଣ୍ଟ ଓ ବିଦ୍ୟୁତ ସଂଯୋଗରେ ଶେଷୁ କର୍ମଚାରୀମାନଙ୍କୁ ଅଗ୍ନିଶ୍ରମ ବାହିନୀ କର୍ମଚାରୀମାନେ ପୁର୍ଣ୍ଣ ସହଯୋଗ କରିଥିଲେ। ଏଥିସହିତ ଗ୍ରାମାଞ୍ଚଳରେ ବିଦ୍ୟାଳୟ, ସର୍ବସାଧାର ସ୍ଥାନ, ଓ ବ୍ୟକ୍ତିଗତ ଘର ଗୁଡ଼ିକରେ ବିପଦପୁର୍ଣ୍ଣଭାବେ ପଡ଼ିରହିଥିବା ଗଛ ଗୁଡ଼ିକୁ ସଫାକରିବା, ଅଗ୍ନିଶମ ବାହିନୀର ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା, ବିଭିନ୍ନ ସ୍ତାନରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଭଳି ଗୁରୁତ୍ୱ ପୂଣ୍ଣ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରି ତିର୍ତ୍ତୋଲ ଅଗ୍ନିଶମ ବାହିନୀ ସାଧାରଣ ଲୋକଙ୍କର ପ୍ରସଂଶାର ପ୍ରାତ୍ର ହୋଇ ଉଠିଛି। ଫୋନି ବାତ୍ୟାର ପରବର୍ତ୍ତୀ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳରେ ସ୍ୱଭାବିକ ବାତାବରଣ ଫେରାଇ ଆଣିବାରେ ତିର୍ତ୍ତୋଲ ଅଗ୍ନିଶ୍ରମ ବାହିନୀର ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ୩ଟି ଦଳ ଗଠନ କରାଯାଇଥିଲା। ସମ୍ବଲପୁର ଅଗ୍ନିଶମ ବାହିନୀର ୧୪ ଜଣ, ତିର୍ତ୍ତୋଲ ଅଗ୍ନିଶମ ବାହିନୀର ୧୩ ଜଣ କର୍ମଚାରୀଙ୍କୁ ନେଇ ଗଠିତ ୩ଟି ଦଳରେ ମୁଖ୍ୟଭାବେ ସୁବାଷ ଚନ୍ଦ୍ର ସେନାପତି, ବିଶେଷ୍ୱର ଦାସ ପରିଚାଳନା କରିଥିଲେ। ଗାଁ ଗହଳିରେ ଅତି ବିପଦପୂଣ୍ଣ ସ୍ଥାନରେ ଦୁଃସାହସିକ ପଦକ୍ଷେପ ନେଇ ପରିସ୍ଥିତକୁ ସୁଧାରିବାରେ ଅଗ୍ନିଶମ ବାହିନୀର ଭୂମିକାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ସାଧାରଣ ଲୋକେ ପ୍ରସଂଶା କରୁଥିବା ଶୁଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.