Home ଓଡ଼ିଶା ପୁଣି ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚର୍ଚ୍ଚା

ପୁଣି ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚର୍ଚ୍ଚା

254

ମାଲକାନଗିରି,୧୩/୦୯,(ଓଡ଼ିଆ ପୁଅ ପି ନାଏକ):ପୁଣି ସାମ୍ନାକୁ ଆସିଲା ପ୍ଲାଷ୍ଟିକ ଅଣ୍ଡା ଅଭିଯୋଗ । ଏହି ଖବର ମାଲକାନଗିରିରେ ଘଟିଥିବା ସୂଚନା ମିଳିଛି । ତେବେ ଖବର ଅନୁସାରେ, ଦିଗମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଅଣ୍ଡା କିଣିବାକୁ ବଜାର ଆସିଥିଲେ । ପରେ ଅଣ୍ଡା କିଣି ଘରକୁ ଯାଇ ରୋଷେଇ ପାଇଁ ବାହାରିବା ପରେ ଅଣ୍ଡା ଭିତରେ ଏକ ପ୍ଲାଷ୍ଟିକ ଆସ୍ତରଣ ଥିବା ଦେଖିବାକୁ ପାଇଥିଲେ । କେଶରକୁ ଟେକି ଘାଣ୍ଟିବା  ପରେ ମଧ୍ୟ ସେ ନ ମିଶି ଝୁଲିବା ପରି ରହିଥିଲା । ଏବେ ଏହି ଖବର ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.