Home ଜିଲ୍ଲା ପରିକ୍ରମା ପୁଣି ଧସିଲା ଜାତୀୟ ରାଜପଥ ଆପ୍ରୋଚ ରୋଡର ପଥର ପ୍ୟାକିଂ : ବଛିନ୍ନ ହେବ ଆଖଣ୍ଡଳମଣି-କୁଆଖିଆ...

ପୁଣି ଧସିଲା ଜାତୀୟ ରାଜପଥ ଆପ୍ରୋଚ ରୋଡର ପଥର ପ୍ୟାକିଂ : ବଛିନ୍ନ ହେବ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥ

50

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି ନିକଟସ୍ଥ ବୋଡକ ନିକଟରେ ପୁଣି ଗତକାଲି ରାତିରେ ବୈତରଣୀ ନଦୀ ମଧ୍ୟକୁ ଜାତୀୟ ରାଜପଥ କୟାଁଗୋଲା ସେତୁର ଆପ୍ରୋଚ ରୋଡର ୨ଶହ ଫୁଟର ପଥର ପ୍ୟାକିଂ ଧସି ଯାଇଛି । ଫଳରେ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥର ବିପଦ ଦେଖା ଦେଇଛି । ଏହି ଜାତୀୟ ରାଜପଥ ୨ଟି ପର୍ଯ୍ୟଟନସ୍ଥଳ ଭଦ୍ରକର ଆଖଣ୍ଡଳମଣିପୀଠ ଓ ଯାଜପୁରର ମା ବିରଜା କ୍ଷେତ୍ରକୁ ସଂଯୋଗ କରିଥିବାରୁ ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଉଭୟ ପର୍ଯ୍ୟଟନସ୍ଥଳ ଦର୍ଶନର ସୁବିଧା ପାଇଥାନ୍ତି । ହେଲେ ଜାତୀୟ ରାଜପଥ ପାଶ୍ୱର୍ର ପଥର ପ୍ୟାକିଂ କରିବା ପାଇଁ ଠିକା ନେଇଥିବା ଠିକାଦାରର ମନମୁଖି କାର୍ଯ୍ୟ ଯୋଗୁ ଲକ୍ଷାଧିକ ଟଙ୍କା ଏବେ ପାଣିରେ ପଡିଛି ବୋଲି ସ୍ଥାନୀୟ ବୈକୁଶ ଜେନା, ବାଉଲା ନାୟକ, କପିଳ ଜେନାଙ୍କ ସହ ବହୁ ଲୋକ ଅଭିଯୋଗ ଆଣିଛନ୍ତି । ଏପରିକି କାର୍ଯ୍ୟରତ ଠିକାଦାର ଆପ୍ରୋଚ ରୋଡରେ ସିମେଣ୍ଟ ସ୍ପର ନିର୍ମାଣ ନକରି କାଦୁଅ ମାଟିରେ ପଥର ପ୍ୟାକିଂ କରୁଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି । ତାହାସହ ଘଟଣାକୁ ଲୁଚାଇବାକୁ ଯାଇ ଧସିଥିବା ସ୍ଥାନରେ ପାଲ ଘୋଡାଇ ଦେଉଛି । ଏପରି ଘଟଣା ବାବଦରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରୁନାହିଁ । ତାହାସହ ପଥର ପ୍ୟାକିଂ କରାଯାଉଥିବା ପାଦ ଦେଶରେ ଏକ ପୋଖରୀ ଥିବାରୁ ତାହାକୁ ନପୋତିବା ଯାଏଁ ଏପରି ବାରମ୍ବାର ଧସିବ ବୋଲି ସ୍ତାନୀୟ ଲୋକ ପ୍ରକାଶ କରିଛନ୍ତି । ସୂଚନା ଅନୁ୍‌ାୟୀ ଗତ ଅଗଷ୍ଟ ୨୦ରେ ଲଗାଣ ବର୍ଷା ଦ୍ୱାରା ପ୍ରାୟ ୩ଶହ ଫୁଟର ଫଥର ପ୍ୟାକିଂ ଉକ୍ତ ସ୍ଥାନରେ ଧସିଥିବାରୁ ତାହାକୁ ତରବରିଆ ଭାବେ କିଛି ବାଲିବସ୍ତା ଓ ବାଉଁଶ ବାଡ ଦେଇ ଠିକାଦାର କାର୍ଯ୍ୟ ସାରି ବସିଥିଲା । ଏବେ ପୁଣି ପଥର ପ୍ୟାକିଂ ୨ଶହ ଫୁଟ ଧସି ଯାଇଥିଲେ ମଧ୍ୟ ଘଟଣା ସ୍ଥଳକୁ କୈାଣସି ଅଧିକାରୀ କିମ୍ବା ଠିକାଦାର ଆସିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏପରିକି ଆଗାମୀ ଦିନରେ ଯଦି ଏଠାରେ ସ୍ଥାୟୀ ମରାମତି ନକରାଯାଏ ତାହାଲେ ରାଜରାସ୍ତାକୁ ଉକ୍ତ ଅଞ୍ଚଳର ଶତାଧିକ ଲୋକ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.