Home ଜିଲ୍ଲା ପରିକ୍ରମା ପୁଣି ଧରାହେଲା ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର, ଯୁବକ ଗିରଫ

ପୁଣି ଧରାହେଲା ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର, ଯୁବକ ଗିରଫ

119

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି ପିଛା କରିବା ପରେ ଭଦ୍ରକ ଜିଲା ପୁରୁଣାବଜାର ପୁଲିସ୍ ପୁଣି ଥରେ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୁରୁଣାବଜାର ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା ଯେ ବାହାର ଜିଲାରୁ ଜଣେ ସ୍ଥାନୀୟ ଯୁବକ ବ୍ରାଉନସୁଗାର ଆଣି ବ୍ୟବସାୟ କରୁଛି । ଏହା ଜାଣିବା ପରେ ପୁଲିସ୍ ନିଜର ଜାଲ ବିଛାଇଥିଲା । ତେବେ ପୁଲିସ୍‌କୁ ଚକମା ଦେଇ ଯୁବକ ଜଣକ ତାର ଉକ୍ତ ବ୍ୟବସାୟ ଜାରି ରଖିଆସୁôଥଲା । ତେବେ ପୁଲିସ୍‌କୁ ଶେଷରେ ସଫଳତା ମିଳିଥିବା ବିଷୟ ଆଜି ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ରାୟଙ୍କ ସୂଚନା ଅନୁସାରେ ଯୁବକ ଜଣକ ଗତିବିଧି ଉପରେ ପୁଲିସ୍ ଦୀର୍ଘଦିନ ଧରି ନଜର ରଖିଆସୁଥିବାବେଳେ ଥାନାଧିକାରୀ ଗଣେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଯୁବକ ଜଣକ ବହୁ ପରିମାଣର ବ୍ରାଉନ୍‌ସୁଗାର ନେଇ ଆସୁଥିବାର ଖବର ପାଇଥିଲା । ପରେ ପୁଲିସ୍ ତାକୁ ପୁରୁଣାବଜାର ଥାନା । ଅଧୀନସ୍ଥ ଡାଆଁଳାଶୁଣୀ, କାଜିବଜାର ନିକଟରୁ ଗିରଫ କରିଛି । ଏବଂ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୩ ଗୋଟି ପୁଡିଆରେ ଥିବା ୨୫.୫୫ ଗ୍ରାମର ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାରକୁ ଜବତ କରିଛି । ତେବେ ଏହି ବ୍ରାଉନ୍‌ସୁଗାର ବେପାରର ମୁଖ୍ୟ ତଥା ଜିଲାକୁ ଯୋଗାଉଥିବା ମାଫିଆଙ୍କୁ ଧରିବା ପାଇଁ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବାରୁ ଅଧିକ ସୂଚନା ଦିଆଯାଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.