Home ଜିଲ୍ଲା ପରିକ୍ରମା ପି.ସି.ସି ସଦସ୍ୟ ହେଲେ ଦିଲ୍ଲୀପ ପ୍ରଧାନୀ

ପି.ସି.ସି ସଦସ୍ୟ ହେଲେ ଦିଲ୍ଲୀପ ପ୍ରଧାନୀ

75

ନବରଙ୍ଗପୁର ୧୯-୦୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ପାତ୍ରପୁଟ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଗତକାଲି ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାର ନୂତନ ପି ସି ସି ସଦସ୍ୟ ଙ୍କୁ ସ୍ୱାଗତ କରାଯିବା ସହ ନୂତନ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକ ଗ୍ରାମାଞ୍ଚଳରେ ଦଳ କିପରି ସୁଦୃଢ଼ ହେବ ସେଥିପାଇଁ କଣ ପଦକ୍ଷେପ ନେବାକୁ ପଡିବ ବୁଝାଇ ଥିଲେ। ଦିଲୀପ ଙ୍କ ଭଳି ଯୁବକ ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ପି ସି ସି ସଭ୍ୟ ଚୟନ କରାଯାଇଥିବାରୁ ବ୍ଲକ ରେ କର୍ମୀ ମହଲରେ ଆନନ୍ଦ ଖେଳି ଯାଇଛି। ଏଥିପାଇଁ ଦିଲୀପ ଦଳର ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପି ସି ସି ସଭାପତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି, କୋରାପୁଟ ସାଂସଦ ସପ୍ତ ଗିରି ଉଲାକା ଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.