Home ଜିଲ୍ଲା ପରିକ୍ରମା ପିତା ଜୀବନ ପଥରେ ପ୍ରଥମ ପଥ ପ୍ରଦର୍ଶକ, ନାରାୟଣ ପ୍ରସାଦ କର ଟ୍ରଷ୍ଟର ତୃତୀୟ ବାର୍ଷିକ...

ପିତା ଜୀବନ ପଥରେ ପ୍ରଥମ ପଥ ପ୍ରଦର୍ଶକ, ନାରାୟଣ ପ୍ରସାଦ କର ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ

14

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଈଶ୍ୱର ସ୍ୱଦେହରେ ମର୍ତ୍ୟମଣ୍ଡଳରେ ବିରାଜମାନ କିମ୍ବା ଚଳ ପ୍ରଚଳ କରି ନଥାନ୍ତି ବରଂ ସେ ପିତା, ମାତା ଓ ଗୁରୁ ରୂପେ ଆମ ପାଖକୁ ଆସିଥାନ୍ତି।ପିତା ହିଁ ଦ୍ୱିତୀୟ ଈଶ୍ୱର ଏବଂ ସେ ସନ୍ତାନ ସନ୍ତତିଙ୍କର ଜୀବନ ପଥରେ ପ୍ରଥମ ପଥ ପ୍ରଦର୍ଶକ ବୋଲି ଭଦ୍ରକ ସହର ନୂଆ ବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ନାରାୟଣ ପ୍ରସାଦ କର ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଉକ୍ତ ଟ୍ରଷ୍ଟର ସ୍ଥାୟୀ ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହକୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଉଦଘାଟନ କରିଥିଲେ ଏବଂ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ ଉତ୍ସବରେ ବିଶିଷ୍ଟ ପ୍ରବାଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା, ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଅବନ୍ତୀ କର, ଭଦ୍ରକ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ ଓ ସ୍ୱରାଜବାର୍ତାର ମୁଖ୍ୟ ସମ୍ପାଦକ ରବିନାରାୟଣ ଖିଲାର ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷା, କଳା, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବିଭିନ୍ନ ବ୍ୟକ୍ତିତ୍ୱ ଯଥା – ସମାଜ ସେବୀ ଓ କଳାକାର ଅଜୟ କୁମାର ନାୟକ, ପ୍ରଖ୍ୟାତ କଥାକାର ରଜନୀ କାନ୍ତ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ବାସୁଦେବ ବାରିକ, ଅବସର ପ୍ରାପ୍ତ ଅଧ୍ୟକ୍ଷା ତଥା ପ୍ରଖ୍ୟାତ କବୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଅବସର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ନାଟ୍ୟକାର ଶ୍ୟାମସୁନ୍ଦର ପୁହାଣ, କୃଷିବିତ୍ ତଥା ଆକାଶବାଣୀ ଗୀତିକାର ଅରୁଣ କୁମାର ପାତ୍ର,ବିଶିଷ୍ଟ କବି କୈଳାସ ଚନ୍ଦ୍ର ପାଢ଼ୀ, ବିଶିଷ୍ଟ ମଞ୍ଚ କଳାକାର କାଳନ୍ଦୀ ମଲ୍ଲିକ ,ପାଲା ଗାୟକ ଉମାକାନ୍ତ ହୋତା,ବିଶିଷ୍ଟ ସାହିତ୍ୟିକ ସୁଭାଷ ଚନ୍ଦ୍ର ଦାସ, ସାହିତ୍ୟିକ ଓ ସଂଗଠକ ବାବୁଲାଲ ଦାସ, କ୍ରୀଡାବିତ୍ ତଥା ସାରସ୍ୱତ ଓ ଆଧ୍ୟାତ୍ମିକ ସଂଗଠକ ନିତ୍ୟାନନ୍ଦ କର ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ଦାଶ, ଅନନ୍ତ ପ୍ରସାଦ ପଣ୍ଡା ଓ ହରିହର ରଥ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସୁଭାଷ ଚନ୍ଦ୍ର ବୋଷଙ୍କ ରଚିତ ପୁସ୍ତକ ‘ସ୍ମୃତି ବଲ୍ଲରୀ’ ପାଠକାର୍ପଣ ହୋଇଥିଲା।ଉକ୍ତ ସମାରୋହରେ ଟ୍ରଷ୍ଟର ସମ୍ପାଦକ ନୀହାର ରଞ୍ଜନ କର ସମ୍ପାଦକୀୟ ବକ୍ତବ୍ୟ, ତେଜସ୍ୱିନୀ ମହିଳା ସଂଗଠନର ସଭାନେତ୍ରୀ କଳ୍ପନା ଜେନା ସ୍ୱାଗତ ଭାଷଣ, ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଓ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ସାହିତ୍ୟିକା ମମତା ଦାଶ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ,ଓ ଦୀପାଳି ମିଶ୍ର, ନାରାୟଣ ପାଢ଼ୀ, ବଳରାମ ପାଢ଼ୀ ଓ ନୂପୁର ଘୃତ କୌଶିକଚ ଉତ୍ସବ ପରିଚାଳନା କରିଥିଲେ। ଉକ୍ତ ଉତ୍ସବର ଦ୍ୱିତୀୟ ଅଧିବେଶନରେ ଗୀତି କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଅଧିବେଶନରେ ବିଶିଷ୍ଟ ଗୀତିକବି ତଥା ଆକାଶବାଣୀ ଗୀତିକାର ପୀତାମ୍ବର ମିଶ୍ର ମୁଖ୍ୟ ଅତିଥି, ନାଟ୍ୟଶ୍ରୀ ନିର୍ମଳ ରାଉତ ମୁଖ୍ୟବକ୍ତା, ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଜେନା ବିଶିଷ୍ଟ ଅତିଥି, କୃଷି କବି ଅରୁଣ କୁମାର ପାତ୍ର, ଆମ ମାତୃଭାଷା ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ସାହିତ୍ୟିକା ଗୀତା ରାଣୀ ଆଇଚ, ଧାମରା ସଙ୍ଘ , ରାଉରକେଲାର ସମ୍ପାଦକ ସୁଶାନ୍ତ କୁମାର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଶିକ୍ଷକ ଗୟାଧର ଦାସ, ଶିକ୍ଷୟିତ୍ରୀ ମନୋରମା ରାୟ, ଭୂମିକନ୍ୟା ମହିଳା ସଂଗଠନର ସଭାନେତ୍ରୀ ତଥା କବୟିତ୍ରୀ ସଂଯୁକ୍ତା ବଳ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ଏହି ସଭାରେ କବୟିତ୍ରୀ ଦମୟନ୍ତୀ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅବସରର ପ୍ରାପ୍ତ ବ୍ଳକ୍ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.