Home ଓଡ଼ିଶା ପିକଅପ ଭ୍ୟାନ ସହିତ ୬କୁଇଟାଂଲ ୬କେଜି ଗଜେଂଇ ଜବତ, ଜଣେ ଗିରଫ

ପିକଅପ ଭ୍ୟାନ ସହିତ ୬କୁଇଟାଂଲ ୬କେଜି ଗଜେଂଇ ଜବତ, ଜଣେ ଗିରଫ

25

ମାଲକାନଗିରି,୩୦ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡସଫଳତା,ବୁଧବାର ରାତ୍ରରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୁର୍ଯ୍ୟପ୍ରକାଶ ନାୟକ ଙ୍କ ସହିତ ପୁଲିସ ଟିମ ରାତ୍ରପେଟ୍ରୋଲିଂ କରୁଥିବା ସମୟରେ କାଙ୍କରାଇପଡା ନିକଟରେ ଏକ ବଲେରୋ ପିକଅପ ଭ୍ୟାନ ଦୃତ ଗତିରେ ଆନ୍ଦ୍ରପ୍ରଦେଶ ଆଡକୁ ଯାଉଥିବାର ଦେଖିଥିଲେ । ସେହି ଭ୍ୟାନଟିକୁ ଗୋଡାଇ ଧରି ଗାଡିକୁ ଜାଚଂକରିବାରୁ ସେଥିରୁ ଗଜେଂଇ ଭର୍ତି ବସ୍ତାଥିବାର ଦେଖି ଗାଡିକୁ ଜବତ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଜବତ ଗଜେଂଇ ଗୁଡିକୁ ଆଜି ସକାଳେ ଓଜନ କରିବାରୁ ୬କୁଇଟାଂଲ୬ କେଜି ହୋଇଥିଲା,ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମାଲକାନଗିରି ଜିଲ୍ଲା ଏମଭି୩୦ ଗ୍ରାମର ଜୟଦେବ ହାଲଦାର, ସେ ଚିତ୍ରକୋଣ୍ଡା ଥାନାସ୍ଥ ପପୁଲୁର ଅଚଂଳରୁ ଗଜେଂଇ ଗୁଡିକୁ କ୍ରୟ କରି ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶକୁ ଚୋରା ଚାଲାଣକରିବା ପାଇଁ ନେଉଥିବାର ପୁଲିସ ନିକଟରେ ସ୍ୱିକାର କରିଛି,ଜବତ ଗଜେଂଇ ର ମୁଲ୍ୟପ୍ରାୟ ୬୦ଲକ୍ଷ ଟଙ୍କା ରୁ ଉର୍ଦ୍ଦହେବ, ଗିରଫ ଜୟଦେବ କୁ ଆଜି କୋର୍ଟଚାଲାଣ କରାଯାଇଛି , ଜିଲ୍ଲାର ବିଭିନ୍ନ ଅଚଂଳରେ ବେଆଇନଭାବେ ହୋଇଥିବା କୋଟି କୋଟି ଟଙ୍କାର ଗଜେଂଇ ଚାଷଗୁଡିକୁ ପୁଲିସ ପକ୍ଷରୁ କଟାଯାଇ ପୋଡି ନଷ୍ଟକରାଯାଇଛି ବୋଲି ଚିତ୍ରକୋଣ୍ଡା ଏସଡିପିଓ ଅଶୁଂମାନ ଦ୍ୱିବେଦୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.