Home ଜିଲ୍ଲା ପରିକ୍ରମା ପିକଅପ୍ ଭ୍ୟାନ୍ ଓଲଟି ଡ୍ରାଇଭର ସମେତ ୩ ଗୋରୁ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

ପିକଅପ୍ ଭ୍ୟାନ୍ ଓଲଟି ଡ୍ରାଇଭର ସମେତ ୩ ଗୋରୁ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

13

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧୁଷୁରୀ ଏବଂ ପୁରୁଣା ବଜାର ଥାନା ଅଂଚଳରେ ବେଆଇନ୍ ଗୋରୁ ଚୋରା ଚାଲାଣ ନେଇ ପୋଲିସର ରାତ୍ରୀକାଳୀନ ତନଖି ଚାଲିଥିବାବେଳେ ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ପିକଅପ୍ ଭ୍ୟାନ୍ ଓଲଟି ଗାଡି ଚାଳକ ସମେତ ୩ଟି ଗୋରୁ ମୃତ୍ୟୁବରଣ କରିଛନ୍ତି। ତେବେ ୩୦ ଟି ଗୋରୁଙ୍କୁ ଉଦ୍ଧାର କରି ପୋଲିସ୍ ଗୋଶାଳାରେ ଛାଡିଥିବାବେଳେ ଜଣେ ଗିରଫ ହୋଇଥିବା ବିଷୟ ଭଦ୍ରକର ସିଟି ଡିଏସ୍‌ପି ସମ୍ବିତ ମାଝୀଙ୍କ ସୂତ୍ରରୁ ଜଣାପଡିଛି। ଭଦ୍ରକର ଧୁଷୁରୀ ଥାନା ଅଧୀନ ଅସୁରାଳି ଠାରେ ଦୁଇଟି ବେନିୟମ ଗୋରୁ ବୋଝେଇ ପିକପ ଗାଡ଼ିକୁ ମଧ୍ୟରାତ୍ରରେ ପିଛା କରିଥିଲା ଧୁଷୁରୀ ପୋଲିସ । ପୋଲିସକୁ ଦେଖି ଗାଡ଼ି ଫେରାର ହେବା ବେଳେ ଦୁଇଟି ଗାଡି ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଗୁଜିଦରଡା ଦାଣ୍ଡିସାହି ନିବାସୀ ସେକ୍ ଆଜମତ ଅଲ୍ଲୀଙ୍କ ପୁତ୍ର ଲାଲ ମହମ୍ମଦ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତେବେ ୩ ଗୋରୁ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି। ଅନ୍ୟ ଜଣେ ଡ୍ରାଇଭର ଫେରାର ହୋଇଛି।ଶନିବାର ବିଳମ୍ବିତ ରାତିରେ ଭଦ୍ରକ ଆରଡ଼ି ରାସ୍ତାର ଅସୁରାଳି ବଜାରରେ ଏହି ଦୁର୍ଘଟଣା ଘଟିଛି।ଏଥିପାଇଁ ସକାଳେ ସ୍ଥାନୀୟ ଅଂଚଳର ପ୍ରବଳ ଉତେଜନା ପ୍ରକାଶ ପାଇଥିଲା।ଧୁଷୁରୀ ଥାନା ପୁଲିସ ଦୁଇ ପିକପ ଗାଡିକୁ ଜବତ କରି ଥାନାକୁ ଆଣିବା ସହ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଆହତ ୨୭ ଗୋରୁ ଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଶାଳା କୁ ପଠାଇଛନ୍ତି। ଭଦ୍ରକରେ ମୃତ ଡ୍ରାଇଭର ଶବ ବ୍ୟବଚ୍ଛେଦ କରାଯାଇଛି। ଏ ସଂପର୍କ ରେ ପୋଲିସ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି। ଅନୁରୂପ ଭଦ୍ରକ ପୁରୁଣା ବଜାର ଥାନା ଅଧୀନ ଅଂଚଳରୁ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗୋରୁ । ପୁରୁଣା ବଜାର ପୋଲିସର ଏକ ଟିମ୍ ସରକାର ନଗର ଅଂଚଳରେ ଚଢ଼ାଉ ସମୟରେ ଉକ୍ତ ଆମ୍ବୁଲାନ୍ସ ଭିତରୁ ୬ ଗୋରୁ ଜବତ୍ କରିଥିଲେ ମଧ୍ୟ ଗାଡି ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୁରୁଣା ବଜାର ପୋଲିସ । ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲାକୁ ଏହି ଗୋରୁ ଚାଲାଣ ହେଉôଥଲା। ପରେ ଅନ୍ୟ ଗୋଟିଏ ପିକଅପ୍ ମଧ୍ୟ ଜବତ୍ ହୋଇଛି ଓ ଡ୍ରାଇଭର ମଧ୍ୟ ଗିରଫ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ୩୦ ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ପୋଲିସ ଉଦ୍ଧାର ଗୋରୁଙ୍କୁ ଭଦ୍ରକ ଗୋଶାଳାରେ ନେଇ ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.