ad
ଓଡ଼ିଶା

ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ହରିଚନ୍ଦନପୁର, ତା ୨୫ ମାର୍ଚ୍ଚ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ସ୍ବଚ୍ଛ ପାନୀୟ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି। ହେଲେ ଉକ୍ତ ଯୋଜନାମାନ ସମସ୍ତ ଗ୍ରାମ ଗୁଡିକରେ ଠିକ୍ ଭାବରେ ରୂପାୟନ ହେଉଛି କି ନାହିଁ ତାହାର ହିସାବ ସରକାରଙ୍କ ପାଖରେ ନାହିଁ। ଗ୍ରାମାଞ୍ଚଳମାନଙ୍କରେ ବସବାସ କରୁଥିବା ଲୋକମାନେ ବର୍ଷା ଦିନରେ ଏଠି ସେଠି ଚୂଆ ଖୋଳି ପିଇବା ପାଣି ସଂଗ୍ରହ କରିଥାନ୍ତି, କିନ୍ତୁ ଖରା ଦିନେ ପାଣି ଟୋପାଏ ପିଇବା ପାଇଁ ୧ ରୁ ୨ କିଲୋମିଟର ପାଦରେ ଚାଲି ଚାଲି ପାଣି ସଂଗ୍ରହ କରିଥାନ୍ତି। ଅନେକ ସ୍ଥାନରେ ସରକାରଙ୍କ ଜଳଯୋଗାଣ ଯୋଜନା ଓ ନଳକୂପ ଯୋଜନା ସାତ ସପନ ପାଲଟିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ଏମିତି ଏକ ଘଟଣା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜାମୁଯୋଡି ଗ୍ରାମ ପଞ୍ଚାୟତର ପନାସିଆ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ନଳକୂପ ଥିଲେ ମଧ୍ୟ ସେ ନଳକୂପ ଗୁଡିକରେ ପାଣି ବାହାରୁ ନଥିବା ସହ ନାଲି ପାଣି ବାହାରିଥାଏ। ଏହାକୁ ନେଇ ଗ୍ରାମର ଶତାଧିକ ମହିଳା ଏକତ୍ରିତ ଭାବେ ଗତ ୧୩ ଡିସେମ୍ବରରେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କ ପାଖରେ ପିଇବା ପାଣି ସମସ୍ୟା ବାବଦରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଆଜକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ତାହାକୁ ନେଇ ପୁଣି ସୋମବାର ଦିନ ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ନିଜ ଗ୍ରାମରୁ ପାଣିର ସମସ୍ୟା ଦୂର କରିବା ଆଶା ନେଇ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ଶତାଧିକ ମହିଳାଙ୍କୁ ଦେଖି ବିଡିଓ ତରତର ହୋଇ କୌଣସି କାମରେ ବାହାରି ଯାଇଥିବାର ମହିଳାମାନେ ଅଭିଯୋଗ କରିଛନ୍ତି। ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ୫୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ସରକାରୀ ୨ଟି ନଳକୂପ ରହିଛି। ଖରାଦିନେ ଜଳସ୍ତର କମିବା ପରେ ଉକ୍ତ ନଳକୂପରେ ପାଣି ବାହାରେ ନାହିଁ, ଯାହା ଫଳରେ ଗ୍ରାମର ଲୋକମାନେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ବର୍ତ୍ତମାନ ଖରାଦିନ ଆରମ୍ଭ ହେବାରୁ ଉକ୍ତ ଦୁଇଟି ନଳକୂପରେ ଅଳ୍ପ ମାତ୍ରାରେ ପାଣି ବାହାରୁଛି, ତେଣୁ ଆମ ଗ୍ରାମକୁ ପାଣି ଟ୍ୟାଙ୍କର ଯୋଗାଇ ଦିଅନ୍ତୁ। ପାଣିର ସମାଧାନ ପାଇଁ ଅତିଶୀଘ୍ର ଗ୍ରାମରେ ଗଭୀର ନଳକୂପ ଖନନ କରାଇବା ସହ ଉଭରହେଡ୍ ପାଣିଟାଙ୍କିର ନିର୍ମାଣ କରାଯାଉ ବୋଲି ଦାବି ରହିଛି। ମହିଳାମାନେ ବିଡିଓଙ୍କ ଅନୁପସ୍ଥିତିରେ ଲିଖିତ ଅଭିଯୋଗକୁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦେଇଥିଲେ। ଗ୍ରାମରେ ପାଣିର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top