Home କେନ୍ଦୁଝର ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ‌୍ୱରେ ନିର୍ବାଚିତ ହେଲେ ବିଶ୍ଵନାଥ ନାଏକ

ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ‌୍ୱରେ ନିର୍ବାଚିତ ହେଲେ ବିଶ୍ଵନାଥ ନାଏକ

232

ପାଟଣା ୧୮-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ୬ମାସରୁ ଉର୍ଦ୍ଧ୍ବ ସମୟ ଖାଲି ପଡିବା ପରେ ବୁଧବାର ଉପ ନିର୍ବାଚନ ହୋଇଛି। ବ୍ଲକର ମୋଟ ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୯ ଜଣ ସମିତି ସଭ୍ୟ ଧାର୍ଯ୍ୟ ସମୟରେ ପଞ୍ଚାୟତ ସମିତି ସଭାଗୃହରେ ପ୍ରବେଶ କରିଥିଲେ। ଚିନାମାଳି ପଶି ସମିତି ସଭ୍ୟ ବିଶ୍ୱନାଥ ନାଏକ ଏକ ମାତ୍ର ପ୍ରାର୍ଥୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ତାଙ୍କୁ ନିର୍ବାଚନ ଅଧିକାରୀ ତଥା ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଛନ୍ତି। ନିର୍ବାଚନ ଶାନ୍ତି ଶୃଙ୍ଖଳା ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ପାଇଁ ଘଟଗାଁ ଏସ ଡିପିଓ ରବୀନ୍ଦ୍ର ମଲ୍ଲିକ ଓ ପାଟଣା ଥାନାଧିକାରୀ ସଂଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.