Home ଓଡ଼ିଶା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ହେଲେ ସାବିତ୍ରୀ ଅଗରୱାଲା

ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ହେଲେ ସାବିତ୍ରୀ ଅଗରୱାଲା

887

ଭୁବନେଶ୍ୱର ୨୯.୪ (ଓଡ଼ିଆ ପୁଅ) – ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପାଇଁ ଶ୍ରୀମତୀ ସାବିତ୍ରୀ ଅଗରୱାଲାଙ୍କୁ ବିଜୁ ଜନତା ଦଳର ପ୍ରାର୍ଥୀନୀ ରୂପେ ଘୋଷଣା କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ଇସ୍ତାହାରରେ ଜଣାଇଛନ୍ତି।

ଏହି ଅବସରରେ ଉପସ୍ଥିତ ଥିବା ଶ୍ରୀମତୀ ଅଗରୱାଲା କହିଛନ୍ତି ଯେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀନୀ କରିଥିବାରୁ ମୁଁ ତାଙ୍କ ପାଖରେ କୃତଜ୍ଞ। ଏଥିସହ ପାଟକୁରା ନିର୍ବାଚନ ମଣ୍ଡଳୀର ସମସ୍ତ ମଉସା-ମାଉସୀ, ଭାଇ-ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ତାଙ୍କର ପ୍ରିୟ ନେତା ସ୍ୱର୍ଗତ ବେଦପ୍ରକାଶ ଅଗରୱାଲାଙ୍କ ଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଲାଗି ମୋତେ ନିଦ୍ଦ୍ୱର୍ନ୍ଦ୍ୱରେ ସାହାଯ୍ୟ କରିବେ।

ସେହିପରି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ ବିଜେପି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିବାରୁ ଶ୍ରୀମତୀ ଅଗରୱାଲା ତାଙ୍କୁ ସ୍ୱାଗତ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ସଭାପତିଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ ଏବଂ ଶ୍ରୀ ସଂଜୟ ଅଗରୱାଲା ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.