Home Top News ପାକିସ୍ଥାନ କ୍ରିକେଟର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକଙ୍କର ହୃଦଘାତ, ଲାହୋର ହସ୍ପିଟାଲରେ ଭର୍ତ୍ତି

ପାକିସ୍ଥାନ କ୍ରିକେଟର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକଙ୍କର ହୃଦଘାତ, ଲାହୋର ହସ୍ପିଟାଲରେ ଭର୍ତ୍ତି

135

ନୂଆ ଦିଲ୍ଲୀ ୨୮-୯ (ଓଡ଼ିଆ ପୁଅ) ପାକିସ୍ତାନର ପୂର୍ବତନ ଅଧିନାୟକ ଇନଜାମାମ-ଉଲ-ହକ ହୃଦଘାତରେ ପୀଡିତ ହେବା ପରେ ଲାହୋରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ତାଙ୍କର ସଫଳ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଇନଜାମାମଙ୍କ ଏଜେଣ୍ଟଙ୍କ କହିବାନୁସାରେ, ପୂର୍ବତନ ଅଧିନାୟକଙ୍କ ଅବସ୍ଥା ଏବେ ସ୍ଥିର କିନ୍ତୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ବର୍ତ୍ତମାନ ଇନଜାମଙ୍କ ପରିବାର ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।

ଇନଜାମାମ-ଉଲ-ହକ ଗତ ତିନି ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ ପ୍ରାରମ୍ଭିକ ଅନୁସନ୍ଧାନରେ ସେ ଭଲ ଥିବା ଜଣାପଡିଛି। ସେହିଭଳି ସୋମବାର ଯେତେବେଳେ ତାଙ୍କୁ ପୁନଃ ଯାଞ୍ଚ କରାଯାଇଥିଲା ସେତେବେଳେ ଜଣାପଡିଥିଲା ଯେ, ସେ ହୃଦଘାତରେ ପୀଡିତ ହୋଇଥିଲେ। ଏହା ପରେ ତାଙ୍କୁ ଲାହୋରର ଏକ ଡାକ୍ତରଖାନାକୁ ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା ଯେଉଁଠାରେ ତାଙ୍କର ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ସେ ବିପଦରୁ ବାହାରିଥିବା ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ପାକିସ୍ତାନର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍

ଇନଜାମାମ-ଉଲ-ହକ ପାକିସ୍ତାନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚିତ। ସେ ନିଜ ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ର ସମସ୍ତ ଫର୍ମାଟରେ ୨୦୫୪୧ ରନ୍ ସଂଗ୍ରହ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ସେ ୧୨୦ ଟେଷ୍ଟ ମ୍ୟାଚରେ ୮୮୩୦ ରନ୍ ସ୍କୋର କରିଥିବାବେଳେ ୩୭୮ ଟି ଦିନିକିଆରେ ସେ ୧୧୭୩୯ ରନ୍ ସ୍କୋର କରିଥିଲେ। ସେ ପାକିସ୍ତାନ ପାଇଁ ଗୋଟିଏ ଟି -୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ ଯେଉଁଥିରେ ସେ ୧୧ ରନ ସ୍କୋର କରିଥିଲେ।
ଦୁନିଆର ୧୧ ତମ ସର୍ବାଧିକ ରନ୍ ସ୍କୋରର

ଯଦି ଅନ୍ତର୍ଜାତୀୟ କ୍ରିକେଟରେ ଦେଖାଯାଏ, ଇନଜାମାମ-ଉଲ-ହକ ହେଉଛନ୍ତି ବିଶ୍ୱର ଏକାଦଶ କ୍ରିକେଟର ଯିଏ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ରେ ଇନଜାମମ୍ ୨୦୫୪୧ ରନ୍ କରିଛନ୍ତି। ତାଙ୍କ ଅପେକ୍ଷା ଅଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍‌ ମାନେ ହେଉଛନ୍ତି ସଚିନ୍ ତେନ୍ଦୁଲକର ୩୪,୩୫୭, କୁମାର ସଙ୍ଗକାରା ୨୮୦୧୬, ରିକି ପଣ୍ଟିଂ ୨୭,୪୮୩, ମହେଲା ଜୟବର୍ଦ୍ଧନେ ୨୫୯୫୭, ଜ୍ୟାକ କଲିସ ୨୫୫୩୪, ରାହୁଲ ଦ୍ରାବିଡ ୨୪୨୦୮, ବିରାଟ କୋହଲି ୨୩,୦୯୩, ବ୍ରାଏନ ଲାରା ୨୨,୩୫୮, ସାନଥ ଜୟସୁରିଆ ୨୧,୦୩୨।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.