Home ଆନ୍ତର୍ଜାତୀୟ ପାକିସ୍ତାନରେ ପ୍ଲେନ କ୍ରାସ, ୨ ପାଇଲଟଙ୍କ ସମେତ ୧୨ମୃତ

ପାକିସ୍ତାନରେ ପ୍ଲେନ କ୍ରାସ, ୨ ପାଇଲଟଙ୍କ ସମେତ ୧୨ମୃତ

173

ରାୱଲପିଣ୍ଡି,୩୦/୭,(ଓଡ଼ିଆ ପୁଅ /ପଙ୍କଜି ନାୟକ): ପାକିସ୍ତାନର ରାୱଲପିଣ୍ଡିରେ ମଙ୍ଗଳବାର ସକାଳେ ଏକ ପାକିସ୍ତାନୀ ସେନାର ବିମାନ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାର କୁହାଯାଉଛି । ଅନ୍ୟପଟେ ୧୨ ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାର ଭୟାବହତାକୁ ଦେଖି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ସୃଷ୍ଟି ହୋଇଛି |

ମୃତକଙ୍କ ମଧ୍ୟରେ ୫ ଜଣ ସୈନିକ ଅଛନ୍ତି । ଓ ଆଉ ସବୁ ସେନା କର୍ମଚାରୀ ହୋଇଥିବା ଜଣାପଡିଛି । ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାୱଲପିଣ୍ଡିର କାଲୁ ଗାଁ ନିକଟରେ ବିମାନଟି ଖସିପଡିଥିଲା । ବିମାନଟି ପଡିବା ପରେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଲାଗିଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.