Home କଳାହାଣ୍ଡି    ପାଂଚ ଲକ୍ଷ ଶିଶୁଙ୍କ ପାଇଁ ନଅ ଜଣ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର

   ପାଂଚ ଲକ୍ଷ ଶିଶୁଙ୍କ ପାଇଁ ନଅ ଜଣ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର

76

କଳାହାଣ୍ଡି,-ତା.୨୦.୦୮.୨୦୨୧ ( ଓଡିଆପୁଅ) ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ କଳାହାଣ୍ଡି ଭଲି ଅନୁନ୍ନତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପରିଲକ୍ଷିତ ହୋଇପାରିନାହିଁ । ଆଜିମଧ୍ୟ କଳାହାଣ୍ଡିର ଜନସାଧାରଣଙ୍କ ପାଇଁ ଉନ୍ନତ ମାନର ମୌଲିକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିନାହିଁ । ଜିଲ୍ଲାର ପ୍ରାୟ ୧୬ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ଜିଲ୍ଲା ହସପିଟାଲ, ଗୋଟିଏ ଉପଖଣ୍ଡ ହସପିଟାଲ, ୧୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୩ ଟି ପିଏଚସି, ୨୪୧ ଟି ସ୍ୱାସ୍ଥ ଉପକେନ୍ଦ୍ର ରହିଛି । ଏସବୁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମୋଟ ୩୩୯ ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୧୬୧ ଜଣ ଡାକ୍ତର କାର୍ଯ୍ୟରତ ରହିଥିବା ବେଳେ ୧୬୮ ଟି ପଦବୀ ଖାଲି ପଡିଛି । ସେମାନଙ୍କ ମଧ୍ୟରୁ ୧୦୭ ଜଣ ବିଶେଷଜ୍ଞ ଡାକ୍ତର ରହିବା ସ୍ଥଳେ ମାତ୍ର ୩୬ ଜଣ ଅଛନ୍ତି । ଅନ୍ୟାନ୍ୟ ଡାକ୍ତର ୨୩୨ ଜଣ ରହିବା ସ୍ଥଳେ ମାତ୍ର ୧୩୨ ଜଣ କାର୍ଯ୍ୟକରୁଥିବା ଜଣାପଡିଛି ।
ଆବଶ୍ୟକ ସଂଖ୍ୟଖ ଡାକ୍ତର ଅଭାବ, ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ, ଭିତିଭୂମିର ଅଭାବ ହେତୁ ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ସିଏଚସି/ ପିଏଚସି ମାନଙ୍କରେ ରୋଗୀ ସେବା ସମ୍ଭବପର ହୋଇପାରୁନଥିବା ହେତୁ ସେଠାରୁ ଜିଲ୍ଲା ଡାକ୍ତରଖାନାକୁ ରୋଗୀଙ୍କ ସୁଅ ଛୁଟିବାରେ ଲାଗିଛି । ଯାହାଫଳରେ ଜିଲ୍ଲା ଡାକ୍ତରଖାନାରେ ରୋଗୀ ସଂଖ୍ୟା ଅନୁସାରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଅଭାବ ହେତୁ ଉତମ ଚିକିତ୍ସା ପାଇଁ ଘୋର ଅସୁବିଧା ଦେଖାଦେଇଥାଏ ।
ବର୍ତମାନ କରୋନାର ତୃତୀୟ ଲହର ପାଇଁ ସରକାର ଚିନ୍ତିତ ଥିବା ବେଳେ ଶିଶୁ ମାନଙ୍କ ପାଇଁ ଘାତକ ହୋଇପାରେ ବୋଲି କୁହାଯାଉଛି । ଏଭଲି ପରିସ୍ଥିତିରେ ଶିଶୂ ମାନଙ୍କ ଚିକିତ୍ସା ପାଇଁ କଳାହାଣ୍ଡିରେ ମାତ୍ର ନଅ ଜଣ ଡାକ୍ତର ରହିଥିବା ହେତୁ ଶିଶୁ ଚିକିତ୍ସା କିପରି ହେଉଥିବା ତାହା ସହଜରେ ଅନୁମେୟ । କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ, ଭବାନୀପାଟଣା ମ୍ୟୁନିସିପାଲିଟି, ଜୁନାଗଡ,ଧର୍ମଗଡ ଓ କେସିଙ୍ଗା ଏନଏସି ଅଂଚଳ ରେ ଶୂନରୁ ଦଶ ବର୍ଷର ୫ଲକ୍ଷ ୫ହଜାର ୩୦୧ ଜଣ ଶିଶୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ୫ ବର୍ଷ ମଧ୍ୟରେ ୧ଲକ୍ଷ ୮୬ ହଜାର ୮୩୧ ଜଣ ଓ ୬ରୁ ୧୦ ବର୍ଷ ମଧ୍ୟରେ ୩ଲକ୍ଷ ୧୮ ହଜାର ୪୭୦ ଜଣ ଶିଶୁ ଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା କରିବା ପାଇଁ ସରକାରୀ ସ୍ତରରେ ୨୩ ଜଣ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଦବୀ ମଂଜୁର କରିଥିବା ବେଳେ ମାତ୍ର ନଅ ଜଣ ଡାକ୍ତର କାର୍ଯ୍ୟ ରତ ଅଛନ୍ତି ଓ ୧୪ ଟି ପଦବୀ ଖାଲି ପଡିଛି ।
କରୋନାର ତୃତୀୟ ଲହରକୁ ଅଖିଆଗରେ ରଖି କଳାହାଣ୍ଡି ଇଂଜିନିୟରିଂ କଲେଜ ଠାରେ ଶିଶୁମାନଙ୍କ ଚିକିତ୍ସା ପାଇଁ ୫୦ଟି ବେଡ ପ୍ରସ୍ତୃତ କରାଯାଇଥିବା ଜଣାପଡିଛି । ସ୍ୱଳ୍ପ ସଂଖ୍ୟକ ଶିଶୁ ଚିକିତ୍ସକଙ୍କ ଦ୍ୱାରା  ସମଗ୍ର ଜିଲ୍ଲାର ଶିଶୁ ମାନଙ୍କ ଉତମ ଚିକିତ୍ସା କିପରି ଭାବେ କରାଯାଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ଏଥିପତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.