Home ଜିଲ୍ଲା ପରିକ୍ରମା ପଲ୍ଲୀଶ୍ରୀ ମହିଳା ସମିତି କନ୍ୟାଶ୍ରମରେ ଅନ୍ତେବାସୀଙ୍କୁ କରୋନା ପ୍ରତିଷେଧକ ଔଷଧ ବଂଟନ

ପଲ୍ଲୀଶ୍ରୀ ମହିଳା ସମିତି କନ୍ୟାଶ୍ରମରେ ଅନ୍ତେବାସୀଙ୍କୁ କରୋନା ପ୍ରତିଷେଧକ ଔଷଧ ବଂଟନ

133

କେନ୍ଦ୍ରାପଡ଼ା ୧୨/୮(ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତି କନ୍ୟାଶ୍ରମର ଅନ୍ତେବାସୀମାନଙ୍କୁ ଭାରତ ବିକାଶ ପରିଷଦ ଏବଂ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ କରୋନା ପ୍ରତିଷେଧକ (ଆରସେନିକ ଆଲବୋମିନ -୩୦)ହୋମିଓପ୍ୟାଥି ଔଷଧ ବଂଟନ କରାଯାଇଛି। ଏହି ଉପଲକ୍ଷେ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଅତିଥି ଭାବେ ଯୋଗଦେଇ ଏହି ଔଷଧ ଅନ୍ତେବାସୀମାନଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି, ଶ୍ରୀକାନ୍ତ ନାୟକ, ପ୍ରମୋଦ ମହାପାତ୍ର, ଚିତ୍ତରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.