Home ଜିଲ୍ଲା ପରିକ୍ରମା ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଂଟନ

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଂଟନ

10

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବ ବର୍ଷ ଅବସରରେ ଧୂଷୁରୀ ଅଟୋ ଚାଳକ ସଂଘ, ଧୂଷୁରୀ ବ୍ୟବସାୟୀ ସଂଘ ଏବଂ ଧୂଷୁରୀ ପ୍ରେସ ୟୁନିୟନ ତରଫରୁ ଧୂଷୁରୀ ଅଟୋ ଷ୍ଟାଣ୍ଡ ନିକଟ, ଥାନା ଛକ ତଥା ତାରିଣୀ ମଣ୍ଡପ ଠାରେ ପଣା ବଂଟନ କରା ଯାଇଥିଲା । ଗ୍ରୀଷ୍ମ ର ରୌଦ୍ର ତାପ ରେ ସମସ୍ତେ ସନ୍ତାପିତ ଏଣୁ ସନ୍ତାପିତ ଜନ ଜୀବନ ର ପ୍ରାଣ କୁ ଶିତଳତା ଓ ତୃଷାର୍ତ ପଥିକ ର ଶୋଷ ମେଂଟାଇବା ପାଇଁ ଏହି ୩ ସଂଗଠନ ର ମିଳିତ ଉଦ୍ୟମ ରେ ଯାତ୍ରୀ ମାନଙ୍କୁ ବେଲ ପଣା ଦ୍ୱାରା ଆପ୍ୟାୟିତ କରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଧୁଷୁରି ଜୋନ ଜିଲ୍ଲା ପରିଷଦ ପ୍ରଦୀପ ମଲ୍ଲିକ, ଧୁଷୁରି ପ୍ରେସ ୟୁନିଅନର ସଭାପତି ସନ୍ତୋଷ ଦାସ, ସମାଜସେବୀ ନିଶିକାନ୍ତ ନାୟକ, ସୁନ୍ଦରପୁର ସମବାୟ ସମିତି ର ନରେଶ ସେଠୀ,ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍ୟକ୍ଷ ରତିକାନ୍ତ ନାୟକ,ଶରତ ଚନ୍ଦ୍ର ମହାପାତ୍ର, କାଳନ୍ଦୀ କୁମାର ଖଟୁଆ,ପ୍ରଶାନ୍ତ କୁମାର ନାୟକ, ବ୍ରଜ ମୋହନ କର, ରାଜେଶ କୁମାର ସାହୁ, ଜନ୍ମଜୟ ସାହୁ, ତରଣି ନାଥ, ଗୋବିନ୍ଦ ଚନ୍ଦ୍ର ନାଥ, ଧନେଶ୍ୱର ପାଣିଗ୍ରାହୀ, ମୋଟୁ ପାଣି, ଖଗେଶ୍ୱର ପାଗଳ, ଚନ୍ଦନ ପରିଡା, ସମାଜ ସେବୀ ସନ୍ତୋଷ ରାୟ ଓ ପୂର୍ବତନ ସରପଂଚ ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଯାତ୍ରୀ ମାନଙ୍କୁ ପଣା ବଂଟନ କରିଥିଲେ । ଏହି କାର୍ଯ୍ୟ ପାଇଁ ସମସ୍ତ ଧୁଷୁରି ବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.