Home ଜିଲ୍ଲା ପରିକ୍ରମା ପବିତ୍ର ମହରମ୍ ପର୍ବ ଉପଲକ୍ଷେ ସମସ୍ତଙ୍କ ସୁଖ-ସମୃଦ୍ଧି କାମନା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ପବିତ୍ର ମହରମ୍ ପର୍ବ ଉପଲକ୍ଷେ ସମସ୍ତଙ୍କ ସୁଖ-ସମୃଦ୍ଧି କାମନା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

8

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ମହରମ୍ ପର୍ବ ଅବସରରେ ସମସ୍ତ ଭଦ୍ରକ ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସରକାର ନଗର୍ ସ୍ଥିତ ଖାନକା ସରିଫ୍ ଠାରେ ବଡେ ସରକାର୍ ଜୀ ଏବଂ ଛୋଟେ ସରକାର୍ ଜୀ ଙ୍କ ମଜାର ରେ ପ୍ରାର୍ଥନା କରି ସଭିଙ୍କର ଉତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲଙ୍କ ସମେତ ବିଜୁ ଜନତା ଦଳର ଭଦ୍ରକ ନଗର ସଭାପତି ଏମଡି ଜକାଉଲ୍ଲା, ସିରତ କମିଟି ର ସଭାପତି ହାଜି ଅବଦୁଲ ମୁକିତ ଖାନ, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୮ ର ପାରିଷଦ ନାସେର ଅଲ୍ଲୀ, ବରିଷ୍ଠ ନେତା ମେହେବୁ୍ୱ ଖାନ, ରଜାୟେ ରସୁଲ୍‌, ମିର୍ଜା ଏକ୍ରାମ ବେଗ, ଜାମିଲ ଅଖତର ଖାନ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ଦେବାଶିଷ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.