Home ଓଡ଼ିଶା ପବିତ୍ର ଗାନ୍ଧୀ ଜୟନ୍ତୀରେ ପୂଜ୍ୟ ପୂଜା  ସହ ସମ୍ବର୍ନ୍ଧନା ଉତ୍ସବ ଅନୁଷ୍ଠିତ

ପବିତ୍ର ଗାନ୍ଧୀ ଜୟନ୍ତୀରେ ପୂଜ୍ୟ ପୂଜା  ସହ ସମ୍ବର୍ନ୍ଧନା ଉତ୍ସବ ଅନୁଷ୍ଠିତ

48

ଓଡିଆ ପୁଅ(ଦେବୀପ୍ରସାଦ ଆଚର୍ଯ୍ୟ)୦୨/୧୦- ନୟାଗଡ ଜିଲ୍ଲା ରଣପୁର ବ୍ଲକ କନ୍ଧ ନୟାଗଡ, ଚାନ୍ଦପୁର  ଓ  ଡିମିରିଆ ଅଂଚଳରେ ଲୋକମାନେ ଏବେବି  ଗାନ୍ଧୀବାଦି ଆଦର୍ଶରେ ଅନୁପ୍ରଣିତ ହୋଇ ରହିଥିବା ଜଣାପଡିଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୧ତମ ଜୟନ୍ତି ଉତ୍ସବରେ ପୂଜ୍ୟ ପୂଜା  ଓ ସମ୍ବର୍ନ୍ଧନା ଉତ୍ସବ ପାଳିତ ହୋଇଯାଇଅଛି । ଚାନ୍ଦପୁର ବଜାର ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୃର୍ତ୍ତିରେ କୋଭିଡ୍ ନିୟମକୁ ମାନି ଭାରତ ସ୍କାଉଡ୍ ଆଣ୍ଡ୍ ଗାଇଡ୍ ର ନୟାଗଡ ଜିଲ୍ଲା ସଂଯୋଜକ ତଥା ଅର୍ଜ୍ଜୁନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ନାୟକ  ପୁଷ୍ପମାଲ୍ୟ  ଅର୍ପଣ କରିଥିଲେ । କନ୍ଧନୟାଗଡ ଗାନ୍ଧୀ ସ୍ମୃତି କମିଟି ତରଫରୁ ଚାନ୍ଦପୁର ଦଶଦୋଳ ପଡିଆ କମିଟି ଗୃହରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏହି  ସ୍ମୃତି ସଭାରେ କମିଟିର ସଭାପତି ସୁବାସ ଆଚାର୍ଯ୍ୟ ସ୍ମୃତି କମିଟି ସର୍ମ୍ପକରେ ବୁଝାଇଥିଲେ ।

କମିଟିର ସମ୍ପାଦକ ମନୋଜ ଦାଶ ସଭା ପରିଚାଳନା କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦପୁର ବରିଷ୍ଠ ନାଗରିକ  ମଂଚର ସଭାପତି ଧନେଶ୍ୱର ଅଗ୍ରୱାଲା , ସମ୍ନାନିତ  ଅତିଥି ଭାବେ ଜାତୀୟ ସାମ୍ବାଦିକ ୟୁନିଅନ୍ ର କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡିଶା ସାମ୍ବାଦିକ ୟୁନିଅନ୍ ର ଶୃଙ୍ଖଳା କମିଟି ର ଅଧକ୍ଷ ଆଚାର୍ଯ୍ୟ ବିଶ୍ୱ ରଞ୍ଜନ, ଚାନ୍ଦପୁରର ପୁର୍ବତନ ସରପଞ୍ଚା ସତ୍ୟଭାମା ସାହୁ , କନ୍ଧନୟାଗଡର ପୁର୍ବତନ ସମିତି ସଭ୍ୟା ବିରାଜ ଲକ୍ଷ୍ମୀ ମହାରଣା ଯୋଗ ଦେଇଥିଲେ । ଏହି ସଭାରେ ମହାତ୍ମା ଗାନ୍ଧୀଙ୍କର ସ୍ମୃତି ଚାରଣ କରା୍‌ଯାଇଥିଲା । କୋଭିଡ୍ ଯୁୁଦ୍ଧ ରେ  ଯୋଦ୍ଧା  ଭାବରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅମରଆତ୍ମା ର ସତ୍‌ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏବଂ କୋଭିଡ୍ ଯୋଦ୍ଧା  ଭାବରେ ଯୁବ ସମାଜ ସେବୀ ଜ୍ୟୋତି ରଞ୍ଜନ ଦାଶ, ଲୋକ କଳା କ୍ଷେତ୍ରରେ ଜମ୍ବେଶ୍ୱର ଖମାରି ,ସାମ୍ବାଦିକ ହିସାବରେ ବରିଷ୍ଟ ସାମ୍ବାଦିକ ରବି ନାୟକ , ଚାନ୍ଦପୁର ଜୋନ୍‌ର ସମସ୍ତ ଆଶା କର୍ମୀ  ଓ ଅଙ୍ଗନୱାଡି କର୍ମୀ ଙ୍କୁ କୋଭିଡ୍ ଯୋଦ୍ଧା   ଭାବେ ଫୁଲ ତୋଡ, ଉପଢୌକନ  ଓ ମାନପତ୍ର ଦେଇ ସମ୍ନାନିତ କରାଯାଇଥିବା ଜଣାପଡିଛି । ଉପସ୍ଥିତ ସମସ୍ତ ବ୍ୟକ୍ତି ମାନଙ୍କୁ ଗାନ୍ଧୀବାଦି ଚିନ୍ତାଧାରା ରେ ଉଦ୍‌ବୁଦ୍ଧ ହୋଇ କାର୍ଯ୍ୟ କରିବାକୁ  ଆହ୍ୱାନ ଦିଆଯାଇଥିବା  ଜଣାପଡିଛି । ଏହି ଉତ୍ସବରେ କମିଟିର ପଦ୍ମଚରଣ ପରିଡା,ଲିଙ୍ଗରାଜ ରଥ ଓ ଅନ୍ୟ ମାନେ ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.