Home କୋରାପୁଟ ପଟ୍ଟାଙ୍ଗୀ ପୋଲିସ ଦ୍ୱାରା ୧୩୪୮ କିଲୋ ଗଞ୍ଜେଇ  ଜବତ

ପଟ୍ଟାଙ୍ଗୀ ପୋଲିସ ଦ୍ୱାରା ୧୩୪୮ କିଲୋ ଗଞ୍ଜେଇ  ଜବତ

39

କୋରାପୁଟ ୨୪-୦୭(ଓଡିଆ ପୁଅ /ରଂଜନ ଦାସ)ପଟ୍ଟାଙ୍ଗୀ  ଥାନା ପୋଲିସ ଦ୍ୱାରା  ମାଳିଗୁଂଜା ଛକ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ  ଜବତ କରାଯାଇଥିବା  ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି । ପୁକାଲି-ରେଙ୍ଗା   ଅଂଚଳରୁ  ଏମଏଚ-୧୭ବିୱାଇ ୨୮୨୮ ନମ୍ବର ୧୪ ଚକିଆ ଟ୍ରକ ଓ  ଏପି-୩୯ଟିଏମ ୫୮୫୯ ନମ୍ବର ଥିବା ଏକ ପିକଅପ ଭ୍ୟାନରେ ଗଞ୍ଜେଇ  ଚୋରା ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ  ପଟ୍ଟାଙ୍ଗୀ  ଥାନା  ଅଧିକାରୀ କୈବଲ୍ୟ ସେଠଙ୍କୁ ମିଳିଥିଲା ।  ଶ୍ରୀ ସେଠଙ୍କ ନେତୃତ୍ୱରେ ଏଏସଆଇ ଏସ.ସିଏଚ.ନାୟକ,ହାବିଲଦାର ଆର.ସି.ନାୟକ,କନେଷ୍ଟବଲ ଜି.ସିଏଚ ମୁଣ୍ଡାଗାଡିଆ,ଆର.ସିଏଚ.ଖୀଲ,ଗୃହରକ୍ଷୀ ତୂଲସୀ ନାରାୟଣ ପଟ୍ଟନାୟକ ଏବଂ ଆଇଆରବି  କର୍ମଚାରୀ  ମାଳିଗୁଂଜା ଛକରେ  ପହଂଚି  ଟ୍ରକ ଓ ଭ୍ୟାନକୁ  ଅପେକ୍ଷା କରିଥିଲେ ଏବଂ  ସମ୍ପୃକ୍ତ ଦୁଇଟି ଗାଡି  ପହଂଚିବା ପରେ ଅଟକାଇ ଚେକିଂ କରିବା ବେଳକୁ  ଉଭୟ ଗାଡିରୁ ୪୫ଟି ଜରି ଅଖାରେ ପେକିଂ କରା ଯାଇଥିବା ୧୩୪୮  କିଲୋଗ୍ରାମ ଗଞ୍ଜେଇ ମିଳିଥିଲା ।  ପୋଲିସ ଗଞ୍ଜେଇ ସହ  ଟ୍ରକ ଓ ଭ୍ୟାନକୁ ଜବତ କରିଥିବାବେଳେ କୌଶଳ କ୍ରମେ ଗାଡିରେ ଥିବା ୩ଜଣ  ଅଭିଯୁକ୍ତ ଖସି ପଳାଇଥିବା ଜଣାପଡିଛି । ଜବତ ଗଞ୍ଜେଇର ବଜାର ଦର  ପ୍ରାୟ ୧ କୋଟି ୩୫  ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.