ad
ଜିଲ୍ଲା ପରିକ୍ରମା

ପଂଜିକୃତ ୧୬୪୫, ଅଣପଂଜିକୃତଙ୍କ ପାଇଁ ଚିନ୍ତା : ବିଡିଓଙ୍କ ତଥ୍ୟକୁ ନେଇ ଦ୍ୱନ୍ଦ୍ୱ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଣ୍ଡାରିପୋଖରୀ ବ୍ଲକ୍‌ର ୨୩ଟି ଯାକ ପଂଚାୟତକୁ ଗତକାଲି ସୁଦ୍ଧା ଫେରିଛନ୍ତି ୧୬୪୫ ଜଣ ପଂଜିକୃତ ପ୍ରବାସୀ ଓଡ଼ିଆ । ମୁଖ୍ୟତଃ ପଶ୍ଚିମବଙ୍ଗ, ଗୁଜୁରାଟ, ତାମିଲନାଡୁ, ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରୁ ପ୍ରବାସୀମାନେ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପଂଜିକୃତ ହୋଇ ପଂଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ରହି ଘରକୁ ଫେରିଛନ୍ତି । ମାତ୍ର ବହୁ ପ୍ରବାସୀ ଓଡ଼ିଆ ଅଣପଂଜିକୃତ ହୋଇ ଘରକୁ ଫେରୁଥିବା ଜଣାଯାଇଛି । ଫଳରେ ପଂଜିକରଣ ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତା ଯେଭଳି ଚିନ୍ତାଜନକ ସାବ୍ୟସ୍ତ ହୋଇଥିଲେ ଅଣପଂଜିକୃତ ଫେରନ୍ତାମାନେ ଅନୁରୂପ ଭାବେ ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନା ରହିଛି । ଚାଲି ଚାଲି ବା ଟ୍ରକ୍ ଯୋଗେ ଲୁଚାଛପାରେ ବହୁ ଶ୍ରମିକ ବାହାର ରାଜ୍ୟରୁ ଫେରି ସିଧା ଘରକୁ ଚାଲିଯାଉଛନ୍ତି । ଘରେ ସଙ୍ଗରୋଧରେ ରହିବା ଅପେକ୍ଷାକୃତ ସଂସ୍ପର୍ଶଜନକ ହୋଇଥିବାରୁ ସଂକ୍ରମଣ ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ମନେ କରାଯାଉଛି । ବ୍ଲକ୍ ଅଂଚଳକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପଂଜିକରଣ, ପଂଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ ସଂଖ୍ୟା, ଗୃହକୁ ପଠାଇ ଦିଆଯାଇଥିବା ବ୍ୟକ୍ତିଙ୍କ ସଂଖ୍ୟା, ଆକ୍ରାନ୍ତମାନଙ୍କ ସଂଖ୍ୟା ଆଦି ସଂପର୍କରେ ସ୍ଥାନୀୟ ବିଡିଓଙ୍କ ପକ୍ଷରୁ ଦିଆଯାଉଥିବା ଦୈନିକ ସୂଚନା ବିଭ୍ରାନ୍ତିଜନକ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ୍‌ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହୋଇଥିବାବେଳେ ବିଡିଓଙ୍କ ତଥ୍ୟରେ ୯ ଦର୍ଶାଯାଇଛି । ଗତ ୧୯ ତାରିଖରେ ଶେଷ ଆକ୍ରାନ୍ତ ବୟାବନାପୁର ଓ ଷୋଳମପୁର ପଂଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ରରୁ ଚିହ୍ନଟ ହୋଇ କୋଭିଡ୍ ହସ୍‌ପିଟାଲ ସ୍ଥାନାନ୍ତର ହୋଇଛନ୍ତି । ପୁନଶ୍ଚ ଷୋଳମପୁର ପଂଚାୟତ ଅସ୍ଥାୟୀ ମେଡିକାଲ କେନ୍ଦ୍ରରୁ ବିରୋଳି ଗ୍ରାମର କଲିକତା ଫେରନ୍ତା ଦମ୍ଫତିଙ୍କୁ ଅସୁସ୍ଥା ଯୋଗୁଁ ଗତ ୨୫ ତାରିଖରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ବିଡିଓଙ୍କ ସରକାରୀ ଭାବେ ପ୍ରଦାନ କରାଯାଇଥିବା ତଥ୍ୟରେ ସଂପୃକ୍ତ ଦମ୍ପତିଙ୍କୁ ଆକ୍ରାନ୍ତ ବୋଲି ଦର୍ଶାଯାଇଛି । ମାତ୍ର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦମ୍ପତିଙ୍କ ସ୍ୱାବ ସଂଗ୍ରହ କରାଯାଇନଥିବା ବେଳେ ଆକ୍ରାନ୍ତ ହେବାର ଅବକାଶ ନାହିଁ ବୋଲି କୁହାଯାଇଛି । ହସ୍‌ପିଟାଲ ଯାଇଥିବାରୁ ସଂପୃକ୍ତ ଦମ୍ପତିଙ୍କୁ ଆକ୍ରାନ୍ତ ବୋଲି ଅନୁଭବ କରିଛୁ ବୋଲି ମାତ୍ର କାମଚଳା ବିଡିଓ ଉମେଶ ମଲ୍ଲିକ କହିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top